କନ୍ଧମାଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସୁଧାରିବାକୁ ସିଡିଏମଓଙ୍କୁ ମିଳିତ ନାଗରିକର ଦାବୀପତ୍ର

youtube

ଫୁଲବାଣୀ : ଓଡ଼ିଶାର ସମସ୍ତ ଡାକ୍ତରଖାନା ଦୁଇ ବେଳା ଖୋଲୁଥିବା ବେଳେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଦୁଇବେଳା ଖୋଲିବା ପରିବର୍ତ୍ତେ କେବଳ ସକାଳ ୮ଟାରୁ ୧୨ଟା ଖୋଲୁଥିବାରୁ ନୂତନ ସିଡିଏମଙ୍କୁ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି।ଉପରବେଳା କୌଣସି ଆଉଟଡୋର ଖୋଲୁନଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ରୋଗୀମାନେ ଚିକିତ୍ସା ନ ପାଇ ଫେରି ଯାଉଥିବା ଅଭିଯୋଗ ହୋଇଛି। ଜିଲାରେ ତିନିଭାଗ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନଥିଲା ବେଳେ ଦେଶର ଆକାଂକ୍ଷା ଜିଲା ମଧ୍ୟରେ ସେବା ପ୍ରଦାନରେ ପ୍ରଥମ ହେବା ଦୁର୍ଭାଗ୍ୟ ଜନକ।ଜିଲାରେ ଆବଶ୍ୟକ ବିଶେଷଜ୍ଞ ନଥିଲା ବେଳେ ଛଅ ଜଣ ବିଶେଷଜ୍ଞ ଡେପୁଟେସନରେ ଯାଇ ଫୁଲବାଣୀରେ ରହିବା ଭଳି ସ୍ୱତନ୍ତ୍ର ଭତ୍ତା ନେଇ ରାଜକୋଷ ଲୁଟ କରୁଛନ୍ତି।ଅଲଟ୍ରାସାଉଣ୍ଡ ଦୀର୍ଘଦିନ ତିନୀ ବର୍ଷ ଧରି ବନ୍ଦ ଥିବାରୁ ସିଡିଏମ ଓଙ୍କୁ ଅବଗତ କରାଯାଇଛି।ଜିଲା ଗ୍ରାମାଞ୍ଚଳର ବହୁ ଡାକ୍ତରଖାନାରେ ଡାକ୍ତର ରହୁ ନଥିଲା ବେଳେ, ରହିବା ଭଳି ଦେଖାଇ ସ୍ୱତନ୍ତ୍ର ଭତ୍ତା ନେଇ ରାଜକୋଷ ଲୁଟ ହେବା ଅଭିଯୋଗ ହୋଉଛି।ଡାକ୍ତର କ୍ଳର୍କ ମଧୁଚନ୍ଦ୍ରିକା ରେ ମାସିକ ଛୁଟି ୬ଦିନ ପାଇଁ ଯାଇ ୧୨ଦିନରେ ଫେରୁଥିବା ଅଭିଯୋଗ ହେଉଛି।ଡ୍ୟୁଟି ସମୟରେ ଘରୋଇ ଚିକିତ୍ସା କରି ଆଉଟଡୋର ଆସୁନଥିବା ଓ ବିଳମ୍ବରେ ୱ।ଡ ପରିଦର୍ଶନ କରୁଥିବାରୁ ସିଡିଏମ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।ଦୁଇଟି ମହାପ୍ରୟାଣ ଗାଡି ପାଇଁ ବ୍ୟବସ୍ଥା କରିବାକୁ ଦାବୀପତ୍ର ରେ ଉଲ୍ଲେଖ ରହିଛି।ବରିଷ୍ଠ ନାଗରିକଙ୍କ ଚିକିତ୍ସା ପାଇଁ ସିକ୍ୟୁରିଟିମାନେ ସହଯୋଗ କରିବାକୁ ସୂଚନା ଦେବାକୁ ପାଇଁ ସିଡିଏମଓଙ୍କୁ କୁହାଯାଇଛି। ମେଡ଼ିକାଲ ଗେଟ ବନ୍ଦ କରି ରାସ୍ତା ଜାମ କରିବା ସହ ଅଯଥା ଛଅ ଜଣ ସିକ୍ୟୁରିଟି ନିଯୁକ୍ତି କରାଯାଇଛି।ଏହି ଅବସରରେ ପ୍ରଶନ୍ନ ବେହେରା, କମଳାକାନ୍ତ ପାଣ୍ଡେଙ୍କ ସହ ବଂଶୀଧର ପଣ୍ଡା, ପ୍ରଣବ ମଣ୍ଡଳ, ମଧୂସୂଦନ ସାହୁ, ସତ୍ୟପ୍ରିୟ ମହାନ୍ତି, ପ୍ରମୋଦ ସାହୁ ,କେ ନାଗେଶ୍ୱର ପାତ୍ର, ପରେଶ ମହାପାତ୍ର, ସନ୍ତୋଷ ଦିଗାଲ, ଉମେଶ ପାତ୍ର,ବିକାଶ ମହାନ୍ତି, ପ୍ରମୁଖ ସ୍ୱାସ୍ଥ୍ୟ ବିଭାଗର ଅବ୍ୟବସ୍ଥାରେ ସୁଧାର ଆଣିବାକୁ ଜିଲା ମୁଖ୍ୟ ଚକିତ୍ସା ଅଧିକାରୀ ଓଥା ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Leave A Reply

Your email address will not be published.