ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

add-all

( ପ୍ରଥମଥର ପାଇଁ ୫୦ ମିଟର ଲମ୍ବର ରେଡ ରିବନ ପତାକା ସହର ପ୍ରଦକ୍ଷଣ )
ଫୁଲବାଣୀ : ବିଶ୍ୱ ଏଡ୍ସ ଦିବସ ଅବସରରେ ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ରେଡ୍ ରିବନ୍ କ୍ଲବ୍ ଏବଂ ଯୁବ ରେଡ୍ କ୍ରସ ଆନୁକୁଲ୍ୟରେ ଏକ ଏଡ଼ସ /ଏଚଆଇଭି ସଚେତନତା କାର୍ଯ୍ୟକ୍ରମ ସହିତ ଏଡ଼ସ ରାଲି ଆୟୋଜନ କରାଯାଇଥିଲା। ଲୋକମାନଙ୍କ ମଧ୍ୟରେ ଏଚଆଇଭି ଏବଂ ଏଡ଼ସ ବିଷୟରେ ସଚେତନତା ସୃଷ୍ଟି କରିବାସହ ଏହାର ନିରାକାରଣ ପାଇଁ ଏହି ରାଲି ଆୟୋଜିତ ହୋଇଥିଲା ।
ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ଯୁବ ରେଡ୍ କ୍ରସ୍ ସଭାପତି ଡ଼ଃ ସୁବାଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ର-ଛାତ୍ରୀ, ପ୍ରାଧ୍ୟାପକ ଏବଂ କର୍ମଚାରୀ ମାନଙ୍କୁ ଏଡ଼ସର ନିରାକାରଣ ପାଇଁ ଜନସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେବା ସହ ବିଶ୍ୱ ଏଡ଼ସ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ କଲେଜରେ ନବ ନିର୍ମିତ ରେଡ୍ ରିବନ୍ କ୍ଲବ୍ ଦ୍ୱାରା ପ୍ରଥମଥର ଏଭଳି ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଥିଲେ।ନୂତନ ଭାବେ ପ୍ରତିଷ୍ଠିତ ରେଡ ରିବନ କ୍ଲବର ୧୫୦ ଜଣ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ୫୦ ମିଟର ଲମ୍ବା ରେଡ ରିବନ ପତାକା ରାଲିକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀ ଡ଼ଃ ସଞ୍ଜୀବ ବଳିଆରସିଂହ ନେତୃତ୍ୱରେ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ, ଏନସିସି କ୍ୟାଡେଟ, ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସର ସ୍ଵଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ ରେଡ ରିବନ ପତାକା ଓ ବିଭିନ୍ନ ସଚେତନତା ବାର୍ତ୍ତା ବହନ କରୁଥିବା ପ୍ଲାକାର୍ଡ ନେଇ ଏକ ବିଶାଳ ପଦଯାତ୍ରା ସହର ପରିକ୍ରମା କରିଥିଲା। ଜିଲ୍ଲା ରେଡକ୍ରସର ସମ୍ପାଦିକା ତଥା ମହାବିଦ୍ୟାଳୟ ର ଅଧ୍ୟାପିକା ଡ଼ଃ ଅଭିପ୍ସା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.