ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର

add-all

ଭୁବନେଶ୍ବର : ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ସରକାର ଖର୍ଚ୍ଚ ବୃଦ୍ଧି କରିଛନ୍ତି। ମଧ୍ୟାହ୍ନଭୋଜନ ବାବଦରେ ପୂର୍ବରୁ ପିଲା ପିଛା ଯେତିକି ଟଙ୍କା ଖର୍ଚ୍ଚ ହେଉଥିଲା ଏବେ ସେଥିରେ ବୃଦ୍ଧି ଘଟିଛି। ପ୍ରଥମରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ସରକାର ପୂର୍ବରୁ ଜଣକ ପିଛା ୫ ଟଙ୍କା ୯୦ ପଇସା ଦେଉଥିବାବେଳେ ଏବେ ସେଥିରେ ୧ଟଙ୍କା ୭୪ ପଇସା ବୃଦ୍ଧି କରି  ୭ ଟଙ୍କା ୬୪ ପଇସା ପ୍ରଦାନ କରିବେ। ସେହିପରି ୬ଷ୍ଠରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନଭୋଜନ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଶ୍ରେଣୀର ପିଲାଙ୍କ ପିଛା ସରକାର ୮ଟଙ୍କା ୮୨ପଇସା ଖର୍ଚ୍ଚ କରୁଥିଲେ। ରବିବାରଠାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ad-week
Leave A Reply

Your email address will not be published.