ସୀମାନ୍ତ ତେଲେଙ୍ଗାନା ଅଞ୍ଚଳରେ ବଡ ଧରଣର ମାଓ ବିରୋଧୀ ଅଭିଯାନରେ ୭ମାଓବାଦୀ ନିହତ

youtube

ମାଲକାନଗିରି : ସୀମାନ୍ତ ତେଲେଙ୍ଗାନା ଅଞ୍ଚଳରେ ଆଜି ସକାଳ ତେଲେଙ୍ଗାନା ରାଜ୍ୟ ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ବଡ଼ ମୁକାବିଲା ହୋଇଥିଲା। ଗ୍ରେହାଉଣ୍ଡ ଫୋର୍ସ ଜବାନ ମାନେ ମାଓ ବିରୋଧୀ ଅପରେସନ କରିଥିଲେ । ଏହି ଏନକାଉଣ୍ଟରରେ ୭ଜଣ ନକ୍ସଲ ନିହତ ହୋଇଥିବା ବେଳେ ଘଟଣାସ୍ଥଳରୁ AK-47 ସମେତ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଥିଲା । ଏକ ସୂଚନା ଅନୁଯାୟୀ ମାଓବାଦୀଙ୍କ ଏକ ସମୂହ ମୁଲୁଗୁ ଜିଲ୍ଲାର ଚାଲାପାକା ଅଞ୍ଚଳର ଜଙ୍ଗଲରେ ଏକାଠି ହୋଇ କିଛି ବଡ ଘଟଣା ଘଟାଇବାକୁ ଯୋଜନା କରିଥିବା ସୂଚନା ପାଇ ରବିବାର ପୂର୍ବାହ୍ନ ପ୍ରାୟ 5.30 ସମୟରେ ସୁରକ୍ଷା ବାହିନୀ ଇଟର୍ନଗରାମ ମଣ୍ଡଳର ଚାଲାପାକା ଅଞ୍ଚଳର ଜଙ୍ଗଲରେ ପହଞ୍ଚି ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଜବାନ ମାନେ ଦେଖି ମାଓବାଦୀ ମାନେ ଗୁଳି ବର୍ଷଣ କରିଥିଲେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା । ଜବାନ ମାନେ ନକ୍ସଲମାନଙ୍କ ମୃତଦେହ ଉଦ୍ଧାର କରିବା ସହିତ ଗୋଟିଏ AK-47 ସମେତ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଏହି ଏନକାଉଣ୍ଟରରେ ନିହତ ମାଓବାଦୀଙ୍କୁ ଚିହ୍ନଟ କରାଯାଇଛି। ମୃତ ମାଓବାଦୀ ଙ୍କ ମଧ୍ୟରେ ମାଓବାଦୀଙ୍କ ତେଲେଙ୍ଗାନା ରାଜ୍ୟ କମିଟି ସଦସ୍ୟ (ଟିଏସସିଏମ) କରସାମ ମାଙ୍ଗୁ ଛଦ୍ମନାମ ବଦ୍ରୁ, ବିଭାଗୀୟ କମିଟି ସଦସ୍ୟ (ଡିଭିଏସଏମ) ମଧୁ, କ୍ଷେତ୍ର କମିଟି ସଦସ୍ୟ (ଏସିଏମ୍) ମୁଚାକି ଦେବଲ, ଜୟସିଂହ, କିଶୋର ପାର୍ଟି ସଦସ୍ୟ ତଥା କାମଶ ପାର୍ଟି ସଦସ୍ୟ ରହିଥିବା ବେଳେ ଅନ୍ୟ ମୃତାହତ ମାଓବାଦୀ ଙ୍କ ତଲାସୀ ଜାରୀ ରହିଛି ।

Leave A Reply

Your email address will not be published.