
ହିଞ୍ଜିଳିକାଟୁ ୧/୧୨ : କଳାକାର ନିଜର ପ୍ରତିଭାର ପ୍ରଦର୍ଶନ କରି ନିରିହ ପ୍ରାଣର ବଳିପକାଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମର କାଞ୍ଜିଅଅଁଳା ଯାତ୍ରାରେ ତଳ ସାହିରେ ଲାଗିଥିବା ଚିକିଲି ରାମାୟଣ ନାଟକରେ ସର୍ବ ସମ୍ମୁଖରେ ଜୀଅନ୍ତା ଘୁଷୁରୀ କୁ ଫାଡିକି ଛଟ ପଟ କରି ମାରି କି ଖାଇଲେ ରାକ୍ଷସ ଭୁମିକାରେ କଳାକାର। ଅସୁର ଅଭିନୟ କରି ରାକ୍ଷସ ପାଲଟିଲେ। ଜିଅନ୍ତା ଘୁଷୁରୀ ଝୁଣି ପୁଣି ଖାଇଛନ୍ତି କଳାକାର ଵିରାୟୁଧ ରାକ୍ଷସ ଓ ଅନ୍ୟ ମାନେ।ସେହିପରି କଳାକାର ବଳୀ ଓ ଶୁଘ୍ରୀବ ବେଶରେ କଳାକାର ଜିଅନ୍ତା ସାପ କୁ କେଳା ପେଢି ରୁ ବାହାର କରି ମଞ୍ଚ ଉପରେ ସାପ କୁ ଧରି ଖେଳିଲେ । କଳାକାର ଙ୍କ ସହ ଦେଖଣାହାରୀ ମଞ୍ଚ ଚାରିପଟେ ଘେରି ରହିଦେଖୁଥିଲେ। ଟିକିଏ ଅସାବଧାନତା ସାପ, କଳାକାର ଓ ସାଧାରଣ ଲୋକଙ୍କୁ ଜୀବନ ପ୍ରତି ବିପଦ ଦେଖାଦେଇଛି । ତାହା ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବାରେ ଲାଗିଛି।ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ସହ ପ୍ରାଣିଧନ ପ୍ରେମିମାନେ ଉଦବେଗ ପ୍ରକାଶ କରିଛନ୍ତି ।ପ୍ରଶାସନ ଏଠି ନୀରବ ଦ୍ରଷ୍ଟା ସାଜିଛି।