ସରକାରୀ ବାସଭବନରେ କୃଷି ଡେମୋନଷ୍ଟ୍ରେଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

add-all

ଫୁଲବାଣୀ : ଫୁଲବାଣୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଡେମୋଷ୍ଟେସନ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ବିଜୟ କୁମାର ନାୟକ ସନ୍ଧ୍ୟାରେ ଫୁଲବାଣୀ ସ୍ଥିତ ନିଜ ସରକାରୀ ବାସଭବନରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। କେଉଁ କାରଣରୁ ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ହେଉଛି। ଅନ୍ୟ ପକ୍ଷରେ ପରିବାର ପକ୍ଷରୁ ସ୍ଵର୍ଗତ ନାୟକଙ୍କ ପୁଅ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ମୋ ବାପା ଦିନ ଦୁଇଟା ରେ ମୋ ଭଉଣୀ ଓ ମା ଙ୍କ ସହ କଥା ବାର୍ତ୍ତା ହେବା ଏବଂ ରାତି ଗାଡିରେ ଭଦ୍ରକ ଆସିବା, ୩:୪୮ ମିନଟରେ ଅନ ଲାଇନ ରେ ଟଙ୍କା ପଠାଇବା, ସନ୍ଧ୍ୟା ୪ଟା ୮ ରେ ପୋଲିସକୁ ଜଣାଇବା ଇତ୍ୟାଦି କୁ ନେଇ କୌଣସି ଦୁବୃର୍ତ୍ତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି l
ଅଭିଯୋଗ ଆଧାରେ ପୋଲିସ ପକ୍ଷରୁ ତଦନ୍ତ ଚାଲୁ ରହିଛି l

ad-week
Leave A Reply

Your email address will not be published.