
ଫୁଲବାଣୀ : ଡିସେମ୍ବର ଏକ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଫୁଲବାଣୀ ଠାରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ସନ୍ତୋଷ କୁମାର ପାଢ଼ୀ, ପତାକା ଦେଖାଇ ସତେତନତା ଶୋଭାଯାତ୍ରା ତଥା ସଚେତନତା ଅଟୋ ପ୍ରଚାର ଗାଡିର ଶୁଭାରମ୍ଭ କରିଥିଲେ l ଏହି ସମୟରେ ଜିଲ୍ଲା ଏଡ଼ସ କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ଼କ୍ଟର ପ୍ରଶ୍ନ କୁମାର ତ୍ରିପାଠୀ, ମନୋରଞ୍ଜନ ସାହୁ, ଡି ପି ଏମ୍ , ଏନ ଏଚ ମ, ଶ୍ରୀ ଧର୍ମେନ୍ଦ୍ର ତାଣ୍ଡି, ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ, ଦେବାଶିଷ ମିଶ୍ର, ଜିଲ୍ଲା ଏଡ଼ସ ସୁପରଭାଇଜର, ଗୋବିନ୍ଦ ଚନ୍ଦ୍ର ଜେନା, ଏଡ଼ସ କାଉନ ସିଲର, ଶିବରଞ୍ଜନ ଦାଶ, ଏ ମ, ଆ ଇ ସି, ଶ୍ରୀ ପ୍ରଦୀପ କୁମାର ସ୍ୱାଇଁ, ସ୍ଵାତି ଅନୁଷ୍ଠାନ ଇତ୍ୟାଦି ଉପସ୍ଥିତ ଥିଲେ l ଶୋଭାଯାତ୍ରା ରେ ଶ୍ୱାସ୍ଥ୍ୟ ବିଭାଗ ରା ଛାତ୍ରୀ ମାନେ, ସ୍ଵାତିର ସ୍ଵେଚ୍ଛାସେବୀ ମାନେ ତଥା ଟି ଜି କମୁନିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ l ଶୋଭାଯାତ୍ରା ସହର ପରିକ୍ରମା କରି ମୁଖ୍ୟ ଚିକିତ୍ସାଳୟ ରେ ପହଂଚିଲା ପରେ ନରସିଙ୍ଗ କଲେଜରେ ଏକ ସାଧାରଣ ସଭା କାର୍ଯ୍ୟକ୍ରମ ହୋଇଥିଲା l
ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼କ୍ଟର ସନ୍ତୋଷ କୁମାର ପାଢ଼ୀ,ସାମୁହିକ ପ୍ରଚେଷ୍ଟା ଦ୍ୱାରା ଏଡ୍ସ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିବ ତଥା ଏଚ ଆଇ ଭି ସଂକ୍ରମିତ ବ୍ୟକ୍ତିମାନଙ୍କର ସାମାଜିକ ସୁରକ୍ଷା ପ୍ରଦାନ ନିମନ୍ତେ, ପ୍ରଚେଷ୍ଟା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ନୋଡାଲ ଅଫିସର ଡ଼କ୍ଟର ପ୍ରସନ୍ନ କୁମାର ତ୍ରିପାଠୀ, ଜିଲ୍ଲା ର ଏଡ଼ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ବିଶେଷ ଭାବରେ ଆଲୋକପIତ କରିଥିଲେ, ଡିପିମ ସ୍ୱରଚିତ କବିତା ମାଧ୍ୟମରେ ଏଡ଼ସ ସମ୍ବନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ l ଆଡିସି ନାଲ ପିଡି, ଜ଼ିଲ୍ଲା ପରିଷଦ ଶ୍ରୀ ନରେନ୍ଦ୍ର ନାୟକ , ସାଧାରଣ ସମ୍ପାଦକ ବରିଷ୍ଟ ନାଗରିକ ମଞ୍ଚ ଶ୍ରୀ ପ୍ରଣବ ମଣ୍ଡକ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଧର୍ମେନ୍ଦ୍ର ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ l ମହିଳା ସ୍ୱାସ୍ଥ୍ୟ କର୍ମୀ ଛାତ୍ରୀ ମାନଙ୍କ ଦ୍ୱାରା ଦୁଇଟି ସଚେତନତା କାର୍ଯ୍ୟକ୍ରମ ପାରବେଶଣ କରାଯାଇଥିଲା l ପରିଶେଷରେ ବରିଷ୍ଠ ନାଗରିକ ମଞ୍ଚ, ରୋଟାରୀ କ୍ଲବ, ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର,ନର୍ସିଙ୍ଗ କଲେଜ, ସ୍ଵାତି ଅନୁଷ୍ଠାନ, ଟି ଜି କମୁନିଟି ଏବଂ ଜିଲ୍ଲା ରା ତିନି ଜଣ ଏଚ ଆଇଭି ପରାମର୍ଶଦାତା ଦେବାଶିଷ ମିଶ୍ର, ଗୋବିନ୍ଦ ଚନ୍ଦ୍ର ଜେନା ଏବଂ ଶ୍ରୀମତୀ ଗୀତାଞ୍ଜଳି ପଣ୍ଡାଙ୍କୁ ସମ୍ମାନୀତ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ଦେବାଶିଷ ମିଶ୍ର ପରିଚାଳନା କରିଥିଲା ବେଳେ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ଜେନା ସହଯୋଗ କରିଥିଲେ I ଏହି ଦିନ ମଧ୍ୟ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର, ଗୁଟିଙ୍ଗିଆ ଠାରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା l