ମାଗଣା ଚକ୍ଷୁ ପରୀକ୍ଷା ଶିବିର

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ଖାଡଙ୍ଗା ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଡ଼. ପ୍ରକାଶ ମିଶ୍ର, ଓଡ଼ିଶା ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରାଧ୍ୟାପକ ଜୟନ୍ତ କୁମାର ପରିଡ଼ା, ନାକ୍ ଟିମ୍ ବିଶେଷଜ୍ଞ ସଦସ୍ୟ ନରସିଂହ ସାହୁ, ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର ପି. କୁର୍ମେୟା, ସହାୟକ ରମେଶ ଚନ୍ଦ୍ର ଦଳାଇ ଉପସ୍ଥିତ ରହି ୧୫୦ ରୁ ଉର୍ଦ୍ଧ୍ଵ ଶିକ୍ଷାର୍ଥୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଚକ୍ଷୁ ପରୀକ୍ଷା କରିବା ସହ ଔଷଧ ବିତରଣ କରିଥିଲେ। ଯୁବ ରେଡକ୍ରସ୍ ସଂଯୋଜକ ଡକ୍ଟର ସୁଜତା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ପ୍ରଫୁଲ କୁମାର ରଥ, ପ୍ରଦୀପ କୁମାର ନନ୍ଦଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.