ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ

add-all

ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ଵାରା ବିଶ୍ବ ଭିନ୍ନକ୍ଷମ ଦିବସ ଅବସରରେ ଏକ ଆଇନ ସଚେତନତା ଶିବିରର ଆୟୋଜନ କରାଯାଇଥିଲା ।ଉକ୍ତ ସଭାରେ ଶ୍ରୀମତୀ ଅନୁଶୀଲା ରୟ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ, ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅନୁପ ଅଭିଷେକ ବେହେରା, ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀ ଦେବାଶିଷ ମହାପାତ୍ର, ଆଇନଜୀବୀ ଶ୍ରୀ ତୁଷାରକାନ୍ତ ନାୟକ, ଡି.ଏସ.ପି(ଡି.ଆଇ.ବି) ଶ୍ରୀ ସୂର୍ଯ୍ୟକାନ୍ତ ଦାସ, ସିଡିପିଓ ଶ୍ରୀମତୀ ନିବେଦିତା ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ବିହାରୀ ଦିଗାଲ, ପାରା ଲିଗାଲ ସ୍ବେଚ୍ଛାସେବୀ, ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ । ଉକ୍ତ ସଭାରେ ବିଶ୍ବ ଭିନ୍ନକ୍ଷମ ଦିବସ ପାଳନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା । ଭିନ୍ନକ୍ଷମଙ୍କ ପାଇଁ ରହିଥିବା ଆଇନ ସହାୟତା ଏବଂ ସରକାରୀ ସହାୟତା ବିଷୟରେ ଆଲୋକପାତ କରାଯାଇଥିଲା । ସମସ୍ତ ପ୍ରକାର ବାଧା ବନ୍ଧନକୁ ଦୂର କରି କିପରି ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ ସେହି ବିଷୟରେ ଆଲୋଚନା କରାଯାଇଥିଲା ।
ଶ୍ରୀ ଅଶୋକ କୁମାର ପ୍ରଧାନ, ପାରା ଲିଗାଲ ସ୍ବେଚ୍ଛାସେବୀ ଉକ୍ତ ସଚେତନତା ଶିବିରକୁ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.