ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ – ୨୦୨୪ ଅନୁଷ୍ଠିତ

add-all

ଫୁଲବାଣୀ : ଫୁଲବାଣୀ ପୌର ପରିଷଦର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଓଡିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ – ୨୦୨୪ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କନ୍ଧମାଳ ଶ୍ରୀ ଶମ୍ଭୁ ନାଥ ନନ୍ଦି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭିନ୍ନକ୍ଷମଙ୍କୁ ଅନ୍ୟ ସାଧାରଣ ବର୍ଗଙ୍କ ଭଳି ସମାନ ସୁଯୋଗ ଦେବା ଏବଂ ସରକାରଙ୍କର ପ୍ରୋତ୍ସାହନ ଉପଯୁକ୍ତ ବ୍ୟକ୍ତିଙ୍କ ଢିଙ୍କ ପାଖରେ ପହଞ୍ଚାଇବା । ଭିନ୍ନକ୍ଷମ ସକ୍ଷମଠାରୁ କମ୍ ନୁହନ୍ତି ସେମାନଙ୍କୁ ଉପଯୁକ୍ତ ସହାୟତା ମିଳିଲେ ସେମାନେ ମଧ୍ୟ ସଫଳତାର ଶିଖର ଛୁଇଁ ପାରିବେ । ବାପ ମା’ ଆ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସମାଜ ସେମାନଙ୍କୁ ସହଯୋଗ କରିବା ସହିତ ଆଗକୁ ବଢିବାପାଇଁ ଉତ୍ସାହିତ କରିବା ଆବଶ୍ୟକ । ଉପଜିଲ୍ଲାପାଳ, କନ୍ଧମାଳ ଚିତ୍ତରଞ୍ଜନ ମହନ୍ତ ମୁଁ ବି ପାରିବି ବାକ୍ୟର ବିସ୍ତୃତ ଆଲୋଚନା କରିଥିଲେ । ଭିନ୍ନ‌କ୍ଷମ ନିଜକୁ ଅକ୍ଷମ ନ ଭାବି ଯେଉଁ ଠାରେ ନିଜର ଦକ୍ଷତା ଅଛି ସେହି ଦିଗରେ ପରିଶ୍ରମ କରି ସଫଳତା ହାସଲ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାଢୀ କହିଲେ ଯେ ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଦେଶ । ତାଙ୍କ ହାତ ଗୋଡ ନଥାଇ ମଧ୍ୟ ସେ ସର୍ବକ୍ଷମ, ସର୍ବଶକ୍ତିମାନ ଏବଂ ଜଗତ ଠାକୁର. ତେଣୁ ଭିନ୍ନକ୍ଷମ ହତାଶ ହେବ ଉଚିତ ନୁହଁ । ଭିନ୍ନକ୍ଷମ ଏକ ଚିନ୍ତାଧାରା ମାତ୍ର ଏହାକୁ ଦୂର କରିବାକୁ ହେବ । ଗୋଟିଏ ଅଙ୍ଗ ଅକ୍ଷମ ହେଲେ ମଧ୍ଯ ଅନ୍ୟ ଅଙ୍ଗ ଅଧିକ ଦକ୍ଷ ହୋଇଥାଏ । ଏହାର ଉଚିତ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରମୋଦ କୁମାର ଷଡଙ୍ଗୀ କହିଲେ ଭିନ୍ନକ୍ଷମ ସବୁ କାର୍ଯ୍ୟ କରିପାରିବେ ସେମାନଙ୍କୁ ସହଯୋଗ ଏବଂ ଉତ୍ସାହିତ କରିବା ଆବଶ୍ୟକ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା ପ୍ରାରମ୍ଭିକ ଭାଷଣରେ କହିଥିଲେ ଯେ ଭିନ୍ନକ୍ଷମ ହେଉଛି ଭିନ୍ନ ଏକ କ୍ଷମତାର ଅଧିକାରୀ । ନିଜକୁ ଅକ୍ଷମ ନଭାବି ସକ୍ଷମ ଭାବିବା ଉଚିତ । ଭିନ୍ନ‌କ୍ଷମଙ୍କ ସଶକ୍ତିକରଣ ପାଇଁ ସରକାର ସବୁପ୍ରକାର ଯୋଜନା କରିଛନ୍ତି ଏହାର ଲାଭ ନେବାକୁ କହିଥିଲେ।ଏହି ଦିବସ ପାଳନ ଅବସରରେ ଭିନ୍ନକ୍ଷମ ପିଲାମାନଙ୍କ ମଧ୍ୟରେ ଜିଲ୍ଲାସ୍ତରରେ କେତେଗୁଡିଏ ପ୍ରତିଯୋଗିତା କରାଯାଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ଏହି ସମାରୋହରେ ପୁରସ୍କୃତ କରାଯିବା ସହ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥିଲା । ସ୍ଵାମୀ କିମ୍ବା ସ୍ତ୍ରୀ ମଧ୍ୟରୁ ଜଣେ ଭିନ୍ନକ୍ଷମ ଥିଲେ ସରକାର ୨ ଲକ୍ଷ ୫୦ ହଜାର ଟଙ୍କାର ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି । ଏହି କ୍ରମରେ ୫ ଜଣ ଦମ୍ପତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ଚେନ୍ ଆକାରରେ ପ୍ରଦାନ କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନ, ବାଲିଗୁଡା ସ୍ଥିତ ରେଡ୍ କ୍ରସ ଦୃଷ୍ଟିହୀନ ବିଦ୍ୟାଳୟ, ବନବାସୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଦ୍ଵାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ କରାଯାଇଥିଲା । ଏହି ସମାରୋହରେ ଫୁଲବାଣୀ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଈତିଶ୍ରୀ ମହାପାତ୍ର ବାଲିଗୁଡା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମମତା ପ୍ରଧାନ, ବନବାସୀ ସେବା ସମିତିର ସମ୍ପାଦକ ଶ୍ରୀ ରବୀନ୍ଦ୍ର କୁମାର ପ ନିପୀଜିତର ମୁଖ୍ୟ ପ୍ରମୋଦ କୁମାର ନାୟକ ବିଭିନ୍ନ ଅନୁଷ୍ଠାନର ଭିନ୍ନକ୍ଷମ ଛାତ୍ରଛ ଛାତ୍ରଛାତ୍ରୀ ଓ ଅଭିଭାବକ, ଇଲେକ୍ଟ୍ରୋନିକ୍ ଏବଂ ପ୍ରିଣ୍ଟ ମିଡ଼ିଆର କର୍ମକର୍ତ୍ତା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.