ଆସାମରେ ନିଷେଧ ହେଲା ଗୋମାଂସ

add-all

ଗୌହାଟୀ : ଆସାମରେ ଗୋମାଂସ ଉପରେ ନିଷେଧାଦେଶ ଜାରି କଲେ ରାଜ୍ୟ ସରକାର। ରାଜ୍ୟ କ୍ୟାବିନେଟ ବୈଠକରେ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ରାଜ୍ୟର କୌଣସି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସାର୍ବଜନୀନ ସ୍ଥାନରେ ଗୋମାଂସ ପରସାଯାଇ ପାରିବ ନାହିଁ।
ସରକାରଙ୍କ ଏହି ନିଷ୍ପତ୍ତି ପରେ ଆସାମ ମନ୍ତ୍ରୀ ପୀୟୁଷ ହଜାରିକା ଏକ ପୋଷ୍ଟ କରି ରାଜ୍ୟ କଂଗ୍ରେସକୁ ଆହ୍ବାନ କରିବା ସହିତ ଗୋମାଂସ ପ୍ରତିବନ୍ଧକକୁ ସ୍ଵାଗତ କର ନଚେତ ପାକିସ୍ତାନ ଚାଲିଯାଅ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ବିଶ୍ଵଶର୍ମା ନିକଟରେ କହିଥିଲେ ଯେ, ଯଦି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଭୁପେନ କୁମାର ବୋରା ତାଙ୍କୁ ଚିଠି ଲେଖି କହିବେ ତେବେ ସେ ଆସାମରେ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ଅଛନ୍ତି। କଂଗ୍ରେସ ସାଂସଦ ରକିବୁଲ ହୁସେନ କହିଥିଲେ ଯେ, ନଙ୍ଗାବ ଜିଲା ରାମଗୁରି ବିଧାନସଭା ଆସନରେ ମୁସଲମାନ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ଗୋମାଂସ ଭୋଜି ଆୟୋଜନ କରିଥିଲା। ଏହି ଅଭିଯୋଗ ଉପରେ ହିମନ୍ତ କହିଥିଲେ ଯେ, ସେ ହୁସେନଙ୍କ ଅଭିଯୋଗକୁ ନେଇ ଗୋମାଂସ ଉପରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟ କ’ଣ ତାହା ଜାଣିବା ଲାଗି ପତ୍ର ଲେଖିବି। ତାଙ୍କୁ ପଚାରିବି ଯେ ସେ ବି ହୁସେନଙ୍କ ପରି ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଛନ୍ତି କି ? ଯଦ ହଁ, ତେବେ ଆଗାମୀ ବିଧାନସଭା ଅଧିବେସନରେ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ad-week
Leave A Reply

Your email address will not be published.