ସାପ ଖେଳାଳୀ ମିଥୁନ ସେଠୀକୁ ଗିରଫ କରିଲା ବନ ବିଭାଗ

add-all

ବ୍ରହ୍ମପୁର : ହିଞ୍ଜିଳି ରା୍ଳବ ଗାଁରେ ନାଟ ମଞ୍ଚରେ ବେଆଇନ ଭାବେ ସାପ ଖେଳାଇଥିବା ଘଟଣାରେ ବନ ବିଭାଗକୁ ମିଳିଲା ଆଉ ଏକ ସଫଳତା। ସାପ ଖେଳାଳୀ ମିଥୁନ ସେଠୀକୁ ଗିରଫ କରିଲା ବନ ବିଭାଗ। ଏହାକୁ ମିଶାଇ ଗିରଫ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି।ଗତ କାଲି ସନ୍ଧ୍ୟାରେ ଦିଗପହଣ୍ଡି ଅଞ୍ଚଳରୁ ଉଠାଇ ଆଣିଥିଲା ବନ ବିଭାଗ।ଘଟଣାର ଅଧିକ ତଦନ୍ତ କରୁଛି ବନ ବିଭାଗ। ଆଉ ଅନ୍ୟ ଅଭିଯୁକ୍ତକୁ ଖୋଜୁଛି ବନ ବିଭାଗ।ପୂର୍ବରୁ ବନ ବିଭାଗ ନାରାୟଣ ସ୍ୱାଇଁଙ୍କୁ ଗିରଫ କରିଥିବା ବେଳେ ହିଞ୍ଜିଳି ପୁଲିସ ବିମ୍ବାଧର ଗୌଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନାଟକ ମଞ୍ଚରେ ସାପ ଖେଳାଇବା ଜୀଅନ୍ତା ଘୁଷୁରୀ କୁ ଝୁଣି ଖାଇବା ଘଟଣା ପଡିଛି ମହଙ୍ଗା।ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନ ବିଭାଗ

ad-week
Leave A Reply

Your email address will not be published.