ଡିସେମ୍ବର ୦୭ ଓ ୦୮ ତାରିଖରେ ମହୁରୀ ମହୋତ୍ସବ

ବ୍ରହ୍ମପୁର : ଚଳିତ ଡିସେମ୍ବର ମାସ ୦୭ ତାରିଖ ଓ ୦୮ ତାରିଖ ଦୁଇଦିନ ଧରି ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ଲୋକକଳା ଲୋକସାହିତ୍ୟ ଓ ଲୋକନାଟ୍ୟର ମହୁରୀ ମହୋତ୍ସବ ଅନୁଷ୍ଠିତ ହେବ | ଏନେଇ ଇଞ୍ଜିନିୟର ସ୍କୁଲ ଛକ ନିକଟସ୍ଥ ରାଜସ୍ୱ ଡାକବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମହୋତ୍ସବ ଅଧକ୍ଷ ଡ଼ଃ. ସନ୍ୟାସୀ ମହାରଣା। ମହୁରୀ ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତ ଗଣ ମାଧ୍ୟମ ବ୍ୟକ୍ତିତ୍ୱକୁ ଆହ୍ୱାନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ମିହିର କୁମାର ପାଣିଗ୍ରାହୀ ମହୋତ୍ସବ ବିବରଣୀ ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦଣ୍ଡଚଢ଼େୟା , ଗାହାଣୀ , ଦାସକାଠିଆ ,ବାଘ ନାଚ, ପିଲା ଖାଇ ଡାହାଣୀ ନାଟ୍ୟ ,ଘୁମୁରା ନାଟ୍ୟ, ରଣପ୍ପା ସିଂ ବାଦ୍ୟ, ଛୋଡ ଗାଜିଆ ଇତ୍ୟାଦି ଲୋକ ନୃତ୍ୟର ପ୍ରସାର ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି ବୋଲି ଅନୁଷ୍ଠାନର କାର୍ଯ୍ୟକାରି ଅଧ୍ୟକ୍ଷ କାର୍ତ୍ତିକ ପାଣିଗ୍ରାହି ଉଲ୍ଲେଖ କରିଥିଲେ ।ପାରମ୍ପରିକ ଝୋଟି ,ପିଠୋଉ ଝୋଟି , ରଙ୍ଗୋଲି ମାଧ୍ୟମରେ ଆମ ପରମ୍ପରାକୁ ଉଜ୍ଜୀବିତ କରିବାର ପ୍ରୟାସ ମହୁରୀ ମହୋତ୍ସବ ଆରମ୍ଭ କରିଥିଲା ଓ ଏହା ଆଗକୁ ବି ଜାରି ରହିବ ବୋଲି ପ୍ରତିଯୋଗିତା ମୁଖ୍ୟ ସ୍ମୃତି ରାଣୀ ପଟ୍ଟନାୟକ କହିଥିଲେ ।ଛୋଟ ଛୋଟ ପିଲାଙ୍କ ଭିତରେ ଲୁଚି ରହିଥିବା କଳାକୁ ଲୋକଲୋଚନକୁ ଆଣିବା ପାଇଁ ଚିତ୍ରକଳା , ପ୍ରବନ୍ଧ ଓ ଡିବେଟ ର ଏବଂ ଲୋକ ଗୀତ ଛନ୍ଦ ଚମ୍ପୁ ଚଉପଦୀ ପୁରାତନ ରଚନା ର ଗୀତ ପ୍ରତିଯୋଗିତାର ସମସ୍ତ ବ୍ୟବସ୍ଥା ହୋଇଛି ବୋଲି ବିଭାଗୀୟ ମୁଖ୍ୟ ଟିକିରି ବେହେରା ପ୍ରକାଶ କରିଥିଲେ ।ସମସ୍ତ କାର୍ଯ୍ୟକ୍ରମ ର ସୁପରିଚାଳନା ଓ ସଂସ୍କୃତିକ କାର୍ଯ୍ୟକ୍ରମ ର ବିଧିବଦ୍ଧ ବିବରଣୀ ଅନୁଷ୍ଠାନ ର କୋଷଧକ୍ଷ ରାମେଶ୍ଵରୀ ନନ୍ଦ ପ୍ରଦାନ କରିଥିଲେ । ଲୋକକଳା ଲୋକସାହିତ୍ୟ ଓ ସଂସ୍କୃତି କୁ ଆଖିରେ ରଖି ଓଡିଶାର ବିଭିନ୍ନ ପ୍ରାନ୍ତରେ କବି ଓ କବୟିତ୍ରୀ ମାନଙ୍କୁ ନେଇ ଏକ ସମୃଦ୍ଧ କବିତା ଆସର ର ଆୟୋଜନ କରାଯାଉଛି ବୋଲି ବିଭାଗୀୟ ମୁଖ୍ୟ ମିହୀର ରଞ୍ଜନ ତ୍ରିପାଠୀ ସୂଚନା ଡ୍ରାଇଥିଲେ । ଉପଦେଷ୍ଟା ଅଭୟେନ୍ଦୁ ପଟ୍ଟନାୟକ ଓ ଅନିଲ ପାତ୍ର କାର୍ଯ୍ୟକ୍ରମ କୁ ସଫଳ କରିବାକୁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ । । ଅନ୍ୟମାନଙ୍କ ମଧ୍ୟରେ ଅନିଲ ଚୌଧୁରୀ ,ଦିଲ୍ଲୀପ ମହାରଣା , ଭବାନୀ ମିଶ୍ର , ସୁଶାନ୍ତ ପଣ୍ଡା , ଅଶ୍ୱିନୀ କୁମାର ,ପ୍ରଦୀପ କୁମାର ନାୟକ ,କୈଳାଶ ପାଣିଗ୍ରାହି ,ଶିବରାମ ପାଠୀ, ଅଶ୍ୱିନୀ ଜେନା, ସୁଦର୍ଶନ ପରିଡା ଏବଂ ମହୁରୀ ମହୋତ୍ସବର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।ଶେଷରେ ଉପ ସଭାପତି ପ୍ରଶାନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.