ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦର ମାଷ୍ଟର ପ୍ଲାନ ପ୍ରସ୍ତୁତି ବୈଠକ

add-all

ଚିକିଟୀ : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମଙ୍ଗଳ ବାର ଦିନ ମାର୍ସ ଇଞ୍ଜିନୀୟରିଙ୍ଗ ମାଷ୍ଟର ପ୍ଲାନ ଯୋଜନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର , ସ୍ଥାନୀୟ ତହସିଲଦାର ବିଶ୍ଵରଞ୍ଜନ କଁହର, ବିଡିଓ ଲକ୍ଷ୍ମଣ ଚରଣ ସୋରେନ,ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ଦୁଃଖିଶ୍ୟାମ ପାତ୍ର, ରାସ୍ତା କୋଠାବାଡି ଯନ୍ତ୍ରୀ ସ୍ୱରାଜ ରଞ୍ଜନ ପାଣିଗ୍ରାହୀ, ବିଦ୍ୟୁତ୍ ବିଭାଗୀୟ ଅଧିକାରୀ, ଜଙ୍ଗଲ ଓ ପରିବେଶ ସୁରକ୍ଷା ଅଧିକାରୀ ଓ ଉପାଧ୍ୟକ୍ଷ ହରପ୍ରସାଦ ଚୌଧୁରୀ ଆଦି ପ୍ରମୁଖ ଯୋଗ ଦାନ କରି ଆଗାମୀ ଦିନରେ କିଭଳି ସମସ୍ତ ସମସ୍ୟାର ସମାଧାନ ହୋଇ ପାରିବ ସେଥିପ୍ରତି ଆଲୋଚନା ହୋଇଥିଲା l ଏହି ପରିଷଦରେ ଦିନକୁ ଦିନ ଜନସଂଖ୍ୟା ବଢିବା ସହ କୋଠା ବାଡ଼ି, ଅନୁସାରେ ରାସ୍ତା ନିର୍ମାଣ, ବନିକରଣ,ଆଇନ ଶୃଙ୍ଖଳା, ପାନୀୟ ଜଳ ଯୋଗାଣ, ପରିମଳ ଆଦିର ନିହାତି ଆବଶ୍ୟକ ହୋଇ ପଡ଼ିଥିବା ବେଳେ କିଭଳି ଏଗୁଡିକୁ ସୁରୁଖୁରୁରେ ଲୋକଙ୍କୁ ଯୋଗାଇ ଦିଆ ଯିବ ସେ ଉପରେ ବିଭାଗୀୟ ଅଧିକାରୀ ମାନେ ନିଜ ନିଜର ବିକାଶ ଶିଳ ମତ ବ୍ୟକ୍ତ କରିବା ସହ କିଭଳି ପଦକ୍ଷେପ ନେଲେ ସମସ୍ତ ପ୍ରକାର ମୌଳିକ ସୁବିଧା ପୂର୍ଣ୍ଣ ହୋଇପାରିବ ତାହା ଉପରେ ବିଭାଗୀୟ ଅଧିକାରୀ ମାନେ ନିଜ ନିଜର ବିକାଶ ମୂଳକ ପଦକ୍ଷେପ ଉପରେ ମତବ୍ୟକ୍ତ ରଖିଥିଲେ l ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେବା ସକାଶେ ପରିଷଦର ସମସ୍ତ କାଉନସିଲର ଙ୍କ ସହ ସମସ୍ତ ଅଫିସ କର୍ମଚାରି ଯୋଗ ଦାନ କରିଥିଲେ l

ad-week
Leave A Reply

Your email address will not be published.