ରଙ୍ଗତୁଳୀ କଳାକାରଙ୍କ ବୈଠକ ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ବିଶ୍ୱକର୍ମା ମନ୍ଦିର ସମ୍ମୁଖ ରେ ଫୁଲବାଣୀ ବ୍ଲକର ରଙ୍ଗତୁଳୀ କଳାକାରଙ୍କ ଏକ ବୈଠକ ସନକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ରଙ୍ଗ ତୁଳୀ କଳାକାରଙ୍କୁ ଏକଜୁଟ କରି ଏକ ସଙ୍ଘ ଗଠନ କରି ତାକୁ ପଞ୍ଜୀକରଣ କରିବା ସହ ସମଗ୍ର ଜିଲ୍ଲାରେ ଥିବା ରଙ୍ଗ ତୁଳୀ କଳାକାର ମାନଙ୍କୁ ନେଇ ଏକ ନୂତନ କମିଟି ଗଠନ କରିବା, ଆର୍ଟ ଉପରେ ପଡୁଥିବା ଜି ଏସ୍ ଟି ର ପଦକ୍ଷେପ ନେଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଲୋଚନା ହୋଇଥିଲା l ଏହି ବୈଠକରେ କୋଡ଼ିଏ ରୁ ଉର୍ଦ୍ଧ୍ବ କଳାକାର ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.