ଆସିକାରେ କସମୋ ବଜାରର ଦଶମ ଶାଖା ଉଦଘାଟନ

add-all

ବ୍ରହ୍ମପୁର: ଆସିକା ନୂଆ ବସଷ୍ଟାଣ୍ଡ ନିକଟରେ ଦେଶର ଅନ୍ୟତମ ଅଗ୍ରଣୀ ବ୍ୟବସାୟ ସଂସ୍ଥା କସମୋ ବଜାର ପକ୍ଷରୁ ଏକ ଅତ୍ୟାଧୁନିକ ବ୍ୟବସାୟ କେନ୍ଦ୍ର ସ୍ଥାପନ କରାଯାଇଛି।ଶୁକ୍ରବାର ରେ କସମୋ ବଜାର ଜନସାଧାରଣ ଙ୍କ ପାଇଁ ଖୋଲିବା କୁ ଯାଉଥିବା ଅବ୍ୟାହିତ ପୂର୍ବରୁ ଆଜି ଏକ ସାମ୍ବାଦିକ ସମ୍ମିଳନି ରେ ଗ୍ରାହକ ଙ୍କୁ ବିଭିନ୍ନ ସ୍କିମ ରେ ବିଭିନ୍ନ କିସମ ର ନାମୀ ଦାମୀ ବ୍ରାଣ୍ଡର ସାମଗ୍ରୀ ପ୍ରଦାନ କରାଯିବ ବୋଲି କୁହାଯାଇଛି।ଏହି କସମୋ ବଜାର ମଲରେ ସ୍ଥାନୀୟ ତିରିଶି ଜଣ ବେକାର ଯୁବକ ଯୁବତୀ ଙ୍କୁ କର୍ମ ନିଯୁକ୍ତି ଦିଆଯାଇଛି।ଆସିକା ଅଞ୍ଚଳ ରେ ସାମାଜିକ ବିକାଶ ରେ କସମୋ ପରିବାର ସହାୟକ ହେବ ବୋଲି ସୂଚନା ଦେଇଥିଲେ। କସମୋ ବଜାର ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ସହରର ବିଶିଷ୍ଟ ବ୍ୟକ୍ତି ଏବଂ ପ୍ରଶାସନିକ ଅଧିକାରୀ ଙ୍କୁ ନିମନ୍ତ୍ରିତ କରାଯାଇଥିବା ନେଇ କସମୋ ବଜାର ର ଏରିଆ ମ୍ୟାନେଜର ଜ୍ଞାନ ରଞ୍ଜନ ନାୟକ, ବିଜୟ କୁମାର ପଣ୍ଡା, କିଶୋର ନାୟକ, ପ୍ରଶାନ୍ତ ପାଢ଼ୀ ପ୍ରମୁଖ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.