କ୍ରୀଡା ପ୍ରତିଯୋଗିତା ଉଦଯାପିତ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ କ୍ରୀଡାତ୍ସୋବ ଶନିବାର ଉଦଯାପିତ ହୋଇଯାଇଛି।‌ ବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଞ୍ଜନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କ୍ରୀଡାତ୍ସୋବରେ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ କ୍ରିକେଟ, କବାଡି, ଖୋଖୋ, ବାଟିଚାମଚ, ବେଙ୍ଗ ଡିଆଁ, ମ୍ୟୁଜିକାଲ ଚେୟାର, ବକୃତା, ସଙ୍ଗୀତ, ଚିତ୍ରାଙ୍କନ, ରଙ୍ଗୋଲି, ନୃତ୍ୟ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ବାର୍ଷିକ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ବିଦ୍ୟାଳୟ ସହକାରୀ ଅଧ୍ୟକ୍ଷା ଲିଲି ରାଣୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.