ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟିକାବାଲିରେ ନୂତନ ଭାବେ ଗଢ଼ି ଉଠିଥିବା ସାହିତ୍ୟ ସଂସଦର ବୈଠକରେ ଶ୍ରୀ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଂସଦର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ମନୋଜ କୁମାର ଭୋଇ ବୈଠକକୁ ପରିଚାଳନା କରିଥିଲେ , ସାମ୍ପ୍ରତିକ ସମାଜରେ ସାହିତ୍ୟର ସଙ୍କଟକୁ ନେଇ ଶ୍ରୀ ଦୀନବନ୍ଧୁ ମହାନ୍ତି ଆଲୋକପାତ କରିଥିଲେ ଓ ଶ୍ରୀ ଦୀନକୃଷ୍ଣ ମହାପାତ୍ରଙ୍କ ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ବୈଠକରେ ନୂଆ ପରିଚାଳନା ସମିତିର କର୍ମକର୍ତ୍ତାଙ୍କ ଚୟନ କରାଯାଇଥିଲା । ସର୍ଵ ସମ୍ମତି କ୍ରମେ ସଂସଦର ସଭାପତି ଭାବେ ଶ୍ରୀ ଦୀନବନ୍ଧୁ ମହାନ୍ତି , ଉପ ସଭାପତି ଭାବେ ଶ୍ରୀ ଗୁରୁ ପ୍ରସାଦ ସାହୁ , ସମ୍ପାଦକ ଭାବେ ଶ୍ରୀ ମନୋଜ କୁମାର ଭୋଇ,ସହ ସମ୍ପାଦକ / ସମ୍ପାଦିକା ଭାବେ- ଶ୍ରୀ ଦୀନକୃଷ୍ଣ ମହାପାତ୍ର ଓ ଶ୍ରୀମତୀ ଲତାଞ୍ଜଳି ମହାନ୍ତି, କୋଷାଧକ୍ଷ ଭାବେ ଶ୍ରୀ ଶ୍ରୀକାନ୍ତ ଚୌଧୁରୀ , ସଭ୍ୟ ଭାବେ ଶ୍ରୀ ବନମାଳୀ ବେହେରା , ଶ୍ରୀ ଲଙ୍କେଶ୍ୱର କହଁର ,ଶ୍ରୀ ବ୍ରହ୍ମାନନ୍ଦ ମଲ୍ଲିକ , ସୁଶ୍ରୀ ରାନୀ ମହାରଣା ,ଶ୍ରୀ ସୁମନ୍ତ କୁମାର ସାହୁଙ୍କୁ ନିର୍ବାଚିତ କରା ଯାଇଥିଲା । ସଂସଦର ଉପଦେଷ୍ଟା ଭାବେ ଡ଼ଃ ଶ୍ୟାମା ପ୍ରସାଦ ମିଶ୍ର , ବ୍ରହ୍ମପୁର, ଡ଼ଃ ନଳିନୀ କୁମାର ପାଣିଗ୍ରାହୀ , ଜି ଉଦୟଗିରି, ଡ଼ଃ ଅଶୋକ କୁମାର ଷଢଙ୍ଗୀ ,ଭଞ୍ଜନଗର ,ଡ଼ଃ ବିଷ୍ଣୁପ୍ରିୟା ପଣ୍ଡା , ଟିକାବାଲି , ଶ୍ରୀ ରଙ୍କନିଧି ସେଠି, ଭଞ୍ଜନଗର ଓ ଡ଼ଃ ସୁଶାନ୍ତ କୁମାର ନାୟକ, ଟିକାବାଲି ଙ୍କୁ ନିର୍ବାଚିତ କରାଯାଇଥିଲା । ବୈଠକରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଦିଆଯାଇଥିଲା । ସର୍ଵଶେଷରେ ସଦସ୍ୟ ଶ୍ରୀ ବନମାଳୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
