ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ଵାରା ଚିତ୍ରାଙ୍କନ ପ୍ରଦର୍ଶନୀ

add-all

ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ଫୁଲବାଣୀ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସଭାଗୃହ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଆନୁକୂଲ୍ୟରେ ମାନବାଧିକାର ଦିବସ ୨୦୨୪ ଉପଲକ୍ଷେ ଏକ ଚିତ୍ରାଙ୍କନ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।
ଏହି ପ୍ରଦର୍ଶନୀକୁ ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍, ଫୁଲବାଣୀ ଉଦ୍ଘାଟନ କରିଥିଲେ । ସ୍ଥାୟୀ ଲୋକ ଅଦାଲତ ବିଚାରପତି ଶ୍ରୀ ଦୋଳଗିବିନ୍ଦ ବାରିକ, ଏଫ.ଟି.ଏସ.ସି. କୋର୍ଟ ବିଚାରପତି ଶ୍ରୀ କୈଳାଶ ଚନ୍ଦ୍ର ସ୍ବାଇଁ, ପୋକସୋ କୋର୍ଟ ବିଚାରପତି ଶ୍ରୀ ରାଜେସ ଦାସ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ ବନାଳୀ ତ୍ରିପାଠୀ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ବିଶ୍ଵକଲ୍ୟାଣୀ ମିଶ୍ର, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀମତୀ ନିତିଶା ଚନ୍ଦକ, ଶ୍ରୀମତୀ ଅନୁଶୀଲା ରୟ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ, ନିରୋଦ କୁମାର ପାତ୍ର, ସଭାପତି, ବାର ଆସୋସିଏସନ, ଫୁଲବାଣୀ, ଅଶୋକ କୁମାର ବେହେରା, ସରକାରୀ ଅଧିବକ୍ତା, ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ, ଲିଗାଲ ଏଡ ଡିଫେନସେ କାଉନ୍ସେଲ, ଫୁଲବାଣୀ, ଆଇନଜୀବୀ ଶ୍ରୀ ବିଜୟ କୁମାର ମହାନ୍ତି, ଶ୍ରୀ ହରିଶଚନ୍ଦ୍ର ମହାରଣା,ବୀଣାପାଣି ପ୍ରଧାନ, ତୁଷାରକାନ୍ତ ନାୟକ, ପାରା ଲିଗାଲ ସ୍ଵେଚ୍ଛାସେବୀ, ଛାତ୍ର ଛାତ୍ରୀ ପରିଦର୍ଶନ କରିଥିଲେ ।
ଉକ୍ତ ପ୍ରଦର୍ଶନୀରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ଦ୍ଵାରା ଅଙ୍କିତ ଚିତ୍ରଗୁଡିକୁ ପ୍ରଦର୍ଶିତ କରାଯାଇଥିଲା । ଏହି ଚିତ୍ରାଙ୍କନ ପ୍ରଦର୍ଶନୀଟି ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ମାନବାଧିକାର ସମ୍ପର୍କିତ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆୟୋଜନ କରାଯାଇଥିଲା ।

ad-week
Leave A Reply

Your email address will not be published.