
ଚିକିଟୀ : ଏହି ବ୍ଲକ ଚିକିଟୀ ତହସିଲ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ଦ୍ଵାରା ପ୍ରାୟ ୫୯୩ରୁ ଉର୍ଦ୍ଧ ଗ୍ରାମକଣ୍ଟକ ପଟ୍ଟା ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ବିଶ୍ଵ ରଞ୍ଜନ କହଁର ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ଏବଂ ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ ଦୀନା ଦସ୍ତଗିର , ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ ଓ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପା କୁମାରୀ ସାହୁ ପ୍ରମୁଖ ମଞ୍ଚାସିନ ହୋଇ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ରଞ୍ଜନ କୁମାର ବ୍ରହ୍ମା ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ତହସିଲ କର୍ମଚାରୀ ସହଯୋଗ କରିଥିଲେ। ବିଧାୟକଙ୍କ ଦ୍ୱାରା ୭ ଗୋଟି ରାଜସ୍ବ ସର୍କଲ ର ୫୨୨ରୁ ଉର୍ଦ୍ଧ୍ବ ଗ୍ରାମ କଣ୍ଟକ ପଟ୍ଟା, ୧୦ଟି ବସୁନ୍ଧରା ପଟ୍ଟା,୪୫ ଗୋଟି ବେ ବନ୍ଦୋବସ୍ତ ପଟ୍ଟା,୧୬ ଗୋଟି ବଂଶାନୁକ୍ରମିକ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିକିଟୀ ତହସିଲର ରାଜସ୍ୱ ପରିଦର୍ଶକ ବିଶ୍ଵନାଥ ବେହେରା,
ଭାସ୍କର ବେହେରା, ଚିକିଟୀ ରାଜସ୍ବ ନୀରିକ୍ଷକ ବଳରାମ ପ୍ରଧାନ, ପିତାତଳି ରାଜସ୍ବ ନୀରିକ୍ଷକ ଅଶ୍ଵିନୀ କୁମାର ରାଉଳ, କୋଟଲିଙ୍ଗି ରାଜସ୍ବ ନୀରିକ୍ଷକ ସଚିଦାନନ୍ଦ ନାୟକ, ନୁଆପଡା ରାଜସ୍ବ ନୀରିକ୍ଷକ ଦେବରାଜ ନାୟକ , ସୁନାପୁର ରାଜସ୍ବ ନୀରିକ୍ଷକ ହରିହର ବେହେରା, ସୁବାଣି ରାଜସ୍ବ ନୀରିକ୍ଷକ ରଜନି ପ୍ରଧାନ,ଗିରସୋଲା ରାଜସ୍ବ ନୀରିକ୍ଷକ ରମା ଗମାଙ୍ଗ , ବରିଷ୍ଠ କିରାଣି ଗଙ୍ଗାଧର ସାହୁ, ପିତବାସ ନାୟକ,ଡି ଭବାନୀ,କେ ଗିତାଞ୍ଜଳି ,ତ୍ରୀଲୋଚନ କାର୍ଯ୍ୟି ଓ ସୁବରାଜ କୁଜୁର ସହ ସମସ୍ତ ତହସିଲ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗିତା କରିଥିଲେ। ଚିକିଟୀ ବ୍ଳକର ୧୭ ଗୋଟି ପଞ୍ଚାୟତର ବହୁ ସଂଖ୍ୟାରେ ଉପସ୍ଥିତ ଜନସାଧାରଣଙ୍କ ପାଖରେ ତହସିଲଦାର ବିଶ୍ଵ ରଞ୍ଜନ କହଁର ଏହି କାର୍ଯ୍ୟକ୍ରମ ଦ୍ବାରା ପ୍ରୀୟଭାଜନ ହୋଇପାରିଛନ୍ତି। ସୁପରଭାଇଜର ବିଶ୍ଵନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଅଫିସ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିଲା।