ଡିଭାଇଡର ଉପରେ ମାଡିଗଲା ଟ୍ରକ ; ଅଳ୍ପକେ ବର୍ତ୍ତିଲେ ଚାଳକ

add-all

ହିଞ୍ଜିଳିକାଟୁ ୧୨/୧୨ : ଗୁରୁବାର ମଧ୍ୟାହ୍ନରେ ପ୍ରାୟ ୧୨ଘଣ୍ଟ ସମୟରେ ହିଞ୍ଜିଳିକାଟୁ ୫୯ ନଂ ଜାତୀୟ ରାଜପଥରେ ସୋନପୁର ଛକ ରେ ଏକ ୧୮ ଚକିଆ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ି ଯାଇ ଲାଗିଥିବା ଲୁହା ବାଡ଼କୁ ଛିନ୍ ଛତର କରିଦେବା ସହ ଟ୍ରକ ଆଗ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ ଓ ହେଲ୍ଫର। ଚାଳକ ଜଣକ ହେଲେ ବିହାର ରାଜ୍ୟର ମୁଜାଫରପୁର ଜମାଲପୁର ଅଞ୍ଚଳର ବିଘ୍ନ କୁମାର ୨୪ ।ଏହି ଟ୍ରକରେ ଲୁହା ସାମଗ୍ରୀ ବୋଝେଇ ହୋଇଥିଲା। ଟ୍ରକଟି ଆସିକା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଭାଗ୍ୟବଶତଃ ମଧ୍ୟାହ୍ନରେ ରାସ୍ତା ରେ ଲୋକଙ୍କର ଯିବା ଆସିବା ବହୁତ୍ କାମ ରହିଥିଲା। ତେଣୁ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳିଛି। ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥବାରୁ ବାଇପାସ ରାସ୍ତାର ଆବଶ୍ୟକତା ଜରୁରୀ ହୋଇପଡିଛି। ତାହା ହେଲେ ଏହି ଦୁର୍ଘଟଣାକୁ ଏଡାଇ ହେବ,ନ ହେଲେ ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଜନ ସାଧାରଣରେ ବେଶ ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.