୨ ବାଇକ୍ ମୁହାଁମୁହିଁ ଧକ୍କା, ୪ ଗୁରୁତର

add-all

ହିଞ୍ଜିଳିକାଟୁ : ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସାରୁ – ସମରଝୋଳ ମଧ୍ୟବର୍ତ୍ତୀ ରାସ୍ତାରେ ୨ ବାଇକ୍ ମୁହାଁମୁହିଁ ଧକ୍କା ଘଟିଛି। ଦୂର୍ଘଟଣାରେ ଉଭୟ ମୋଟର ସାଇକେଲରେ ଯାଉଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ହିଞ୍ଜିଳି ଥାନା ସୋମପୁର ଗ୍ରାମର ସାଇରାମ ଗୈାଡ (୨୭), ନିମଖଣ୍ଡି ଥାନା ବୋରିଗାଁର ଅଜୟ ସେଠି(୨୩), ଗିରିଧର ସାହୁ (୨୦) ଓ‌ ବିଭୁ ସେଠି (୨୨)।

ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆହତ ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଯେ, ଗୁରୁବାର ସଂନ୍ଧ୍ୟାରେ ହିଞ୍ଜିଳିକାଟୁ ଠାରୁ କାର୍ଯ୍ୟ ସାରି ୩ ଜଣ ଟାଇଲ ମିସ୍ତ୍ରୀ ଅଜୟ, ଗିରିଧାରୀ ଓ‌ ବିଭୁ ମୋଟର ସାଇକେଲ (ଓଡି୦୭ଏଆର ୩୭୩୦) ଯୋଗେ ବୋରିଗାଁକୁ ଯାଉଥିବା ବେଳେ ସାଇରାମ ମୋଟର ସାଇକେଲ (ଓଡି୦୭ଏଏଲ ୧୨୨୨) ଯୋଗେ ବ୍ରହ୍ମପୁର ଠାରୁ ସୋମପୁର ଅଭିମୁଖେ ଆସୁଥିବା ବେଳେ ୫୯ ନମ୍ବର ଜାତୀୟ ରାଜପଥ ସାରୁ – ସମରଝୋଳ ମଧ୍ୟବର୍ତ୍ତୀ ରାସ୍ତାରେ ମୁହାଁମୁହିଁ ଧକ୍କା ଘଟିଥିଲା। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଉଭୟ ମୋଟର ସାଇକେଲକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.