ନୟାଗଡ଼ ସହରରେ ଅନେକ ସିସି କ୍ୟାମେରା ଅଚଳ

add-all

ନୟାଗଡ଼ : ନୟାଗଡ଼ ମୁଖ୍ୟ ସହରରେ ଲାଗିଥିବା ସିସି କ୍ୟାମେରା ଗୁଡ଼ିକ ଧୀରେ ଧୀରେ ଅଚଳ ଅବସ୍ଥାରେ ଅଛି। କେଉଁଠି ଚିତ୍ର ଆଦୌ ଦେଖାଯାଉନାହିଁ ତ ଆଉ କେଉଁଠାରେ ଚିତ୍ର ଅସ୍ପଷ୍ଟ ଦେଖାଯାଉଛି । ସିସି କ୍ୟାମେରା ମରାମତି କରୁଥିବା ସଂସ୍ଥା ର ଚୁକ୍ତି ମିଆଦ ଶେଷ ହୋଇସାରିଥିବ ବେଳେ ନୂତନ ସଂସ୍ଥା କୁ ନିଯୁକ୍ତି ଦେବାପାଇଁ ପୌରସଂସ୍ଥା କୌଣସି ପଦକ୍ଷେପ ନେଉନାହିଁ । ବର୍ତମାନ ପୋଲିସ ବିଭାଗ ନିଜ ପକେଟ୍ ରୁ ଟଙ୍କା ଖର୍ଚ୍ଚ କରି ଉପର ଠାଉରିୟା ଭାବେ ସିସି କ୍ୟାମେରା ମରାମତି କାମ କରୁଛି । କୌଣସି ଅପରାଧିକ କାମ ପାଇଁ ଅପରାଧୀ ଙ୍କ ସୁରାକ ପାଇଁ ପୋଲିସକୁ ନକେଦମ୍ ହେବାକୁ ପଡୁଛି । ଏହାର ସୁଯୋଗ ନେଇ ସ୍ପଷ୍ଟ ଦିବାଲୋକରେ ଡକାୟତି, ଛିନତାଇ, ଦୃତଗଡିଚଳନା ଯୋଗୁଁ ଦୁର୍ଘଟଣା ଘଟୁଛି ।
ମିଳିଥିବା ସୂଚନା ଅନୁଯାୟୀ ନୟାଗଡ଼ ସହର ର ପ୍ରମୁଖ ସ୍ଥାନ ମାନଙ୍କରେ ୫୬ ଟି ସିସି କ୍ୟାମେରା ଲଗାଯାଇଛି । ସେଥିରୁ ପ୍ରାୟ ୩୦ରୁ କମ୍ ସିସି କ୍ୟାମେରା କାର୍ଯ୍ୟକ୍ଷମ ଥିବା ବେଳେ ଅନ୍ୟ ଗୁଡ଼ିକ ବର୍ଷେ ହେବ ଅଚଳ ହୋଇ ରହିଛି। ଏହି କ୍ୟାମେରା ଗୁଡ଼ିକ ଚାଲିବା ପାଇଁ ବିଦ୍ୟୁତ୍ ଦେୟ ପ୍ରତିମାସ ରେ ପୌରପାଳିକା ଦେଉଥିବା ବେଳେ ଅଚଳ ହୋଇ ରହିଥିବା ସିସି କ୍ୟାମେରା ଗୁଡ଼ିକ ମରାମତି ପାଇଁ ପୌର ପରିଷଦର ଆଗ୍ରହ ଦେଖାଉ ନାହିଁ । ତେଣୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୋଲିସ ନିଜ ହାତରୁ ଖର୍ଚ୍ଚ କରି ମରାମତି କରୁଛି ।
ପୌର ପ୍ରଶାସନ ଏବଂ ପୋଲିସ ବିଭାଗ ଏଥିପାଇଁ ଏକାଧିକ ଥର ଆଲୋଚନା ହୋଇଥିଲେ ମଧ୍ୟ କିଛି ବି ସୁଫଳ ମିଳିନାହିଁ ।ପୌର ପ୍ରଶାସନ କୁ ଟାଉନ ଥାନା ପୋଲିସ ବାରମ୍ବାର ଚିଠି ଲେଖି ବିଫଳ ହେବା ପରେ ଜିଲ୍ଲାପାଳ ଏବଂ ଏସପି ଙ୍କୁ ଅବଗତ କରାଯାଇଛି ବୋଲି ଟାଉନ ଥାନା ଇନ୍ସପେକ୍ଟର ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି ।

ad-week
Leave A Reply

Your email address will not be published.