କୃଷକ ପ୍ରଚାରରଥର ଶୁଭାରମ୍ଭ

add-all

ବ୍ରହ୍ମପୁର : ଚଳିତ ବର୍ଷ ପଞ୍ଜିକୃତ ସମସ୍ତ ଚାଷୀଙ୍କ ଠାରୁ ଯେପରି ସୁରୁଖୁରୁରେ ଧାନ କିଣା ଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଶୁକ୍ରବାର ଏନେଇ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଏକ କୃଷକ ପ୍ରଚାର ରଥ ଶୁଭାରମ୍ଭ ହୋଇଛି।ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତକା ଦେଖାଇ ଉକ୍ତ ରଥକୁ ଶୁଭାରମ୍ଭ କରିଛନ୍ତି।ଉକ୍ତ ରଥ ଆଜି ଠାରୁ ଉପଖଣ୍ଡର ବିଭିନ୍ନ ଗାଁ ପରିକ୍ରମା କରି ଚଳିତବର୍ଷ ର ଧାନ କିଣା ବାବଦରେ ଚାଷୀମାନଙ୍କୁ ସଚେତନ କରିବ।ଏହା ସହ ଚାଷୀ ଯେପରି ମଣ୍ଡି କୁ ଖାଦ୍ୟ ଉପଯୋଗୀ, ଶୁଖିଲା, ପରିସ୍କାର,ସମରଙ୍ଗୀ,ସମଆକାର,ଏକ କିସମ ହୋଇଥିବା ସହ ପୋକରା ଦୁର୍ଗନ୍ଧ ଓ ବିଷାକ୍ତ ପଦାର୍ଥ ମୁକ୍ତ ହୋଇଥିବା ଧାନ ଧରି ଆଣିବା ସହ ୨୩୦୦ ଟଙ୍କା ର ସର୍ବନିମ୍ନ ସହାୟକ ମୁଲ୍ୟ ଓ ୮୦୦ ଟଙ୍କା ର ଇନପୁଟ୍ ସହାୟତା ପାଇବେ ସେ ନେଇ ପ୍ରଚାର ମାଧ୍ୟମରେ ଅବଗତ କରା ଯିବ। ପ୍ରଚାର ରଥ ଶୁଭାରମ୍ଭ ସମୟରେ ଆରଏମସି ସଂପାଦକ ସୁମନ୍ତ କୁମାର ସାହୁଙ୍କ ସମେତ ଆରଏମସି ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.