କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚାଷକୁ ସମୂଳେ ଧ୍ବଂସ କରିବା ପାଇଁ ଲକ୍ଷ୍ୟ ରଖିଛି ପୋଲିସ ଓ ଅବକାରୀ ବିଭାଗ…

youtube

ଫୁଲବାଣୀ : କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଓ ଅବକାରୀ ବିଭାଗ ଅଧିକ୍ଷକଙ୍କ ମିଳିତ ସହଯୋଗ କ୍ରମେ ଜିଲ୍ଲାର ବାଲିଗୁଡା ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଅପରେସନ୍‌ ନୀଳ ଜହର ଜାରି ରଖିଛି । ଏହି ଅପରେସନ୍‌ରେ ବାଲିଗୁଡା ଥାନା ଅନ୍ତର୍ଗତ ପରମପାଙ୍ଗା ଗ୍ରାମ ପଞ୍ଚାୟତର ଡୁଙ୍ଗେରୀ ସୁକୁଙ୍ଗିଆ ପାଙ୍ଗୁରମିଲା ଗାଁରେ ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ୧୧୦ଏକର ଅଞ୍ଚଳର ଗଞ୍ଜେଇ ଚାଷକୁ କାଟି ସେଗୁଡିକୁ ପୋଡି ଦେଇଛି ବାଲିଗୁଡା ପୋଲିସ । ସେହିପରି ଫିରିଙ୍ଗିଆ ଓ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ମଧ୍ଯ ଲଗାତାର ଅପରେସନ ନୀଳ ଜହର ଯୋରଦାର ଜାରି ରହିଛି ଗଞ୍ଜେଇ ଗଛକୁ କାଟି ପୋଡି ଦିଆଯାଉଛି l ଏହି କ୍ଷେତ୍ରରେ ପୋଲିସ, ହୋମଗାର୍ଡ ଓ ଅବକାରୀ ବିଭାଗ କର୍ମଚାରୀ ମାନେ ନିଯୁକ୍ତ ରହିଛନ୍ତି l ପ୍ରତ୍ୟେକ ଦିନ କୋଟି କୋଟି ଟଙ୍କାର ଗଞ୍ଜେଇ ଗଚ୍ଛ ନଷ୍ଟ କରାଯାଉଚି l କନ୍ଧମାଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାହାର ରାଜ୍ୟର ମାଫିଆ ମାନେ ଆଦିବାସୀଙ୍କୁ ହାତକରି ଜଙ୍ଗଲ, ଉପାନ୍ତ ଅଞ୍ଚଳରେ ଚାଷ ଏବଂ ବ୍ୟବସାୟର କାୟା ବିସ୍ତାର କରି ଚାଲିଛନ୍ତି । ଏହି ବିଷୟରେ ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଉଭୟ ବିଭାଗ ପକ୍ଷରୁ ଏହି ଚାଷକୁ ରୋକିବାକୁ ବାଲିଗୁଡା ପୋଲିସ ଅପରେସନ୍ ନୀଳଜହର ଦ୍ଵିତୀୟ ଦିନରେ ଏହି ସଫଳତା ପାଇଛି । ପୋଲିସର କାର୍ଯାନୁଷ୍ଠାନ ଫଳରେ ଗଞ୍ଜେଇ ମାଫିଆ ଓ ଚାଷୀ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଏନେଇ ବାଲିଗୁଡା ଥାନାରେ ଏନଡ଼ିପିଏସ ଆକ୍ଟରେ ବେନାମୀ ଚାଷୀ ନାମରେ ମାମଲା ରୁଜୁ ହୋଇଛି । ନୀଳଜହର ଅପରେସନ୍‌ରେ ମାଜିଷ୍ଟ୍ରେଟ ତଥା ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ ପୋଲିସ କର୍ମଚାରୀ, ଗୃହରକ୍ଷୀ ବାହିନୀ ଉପସ୍ଥିତ ଥିଲେ । ଏହି ଗଞ୍ଜେଇ ଚାଷ ବିଶେଷ କରି ପାହାଡିଆ ଓ ଜଙ୍ଗଲ ଜମି ଅଞ୍ଚଳରେ କରାଯାଉଥିବା ଯୋଗୁ୍ ନିର୍ଦ୍ଧିଷ୍ଟ ଲୋକଙ୍କୁ ଗିରଫ୍ କରାଯାଇ ପାରୁ ନାହିଁ l ଫଳରେ କନ୍ଧମାଳ ଜିଲ୍ଲା ଗଞ୍ଜେଇ ଚାଷର ଗନ୍ତାଘର ପାଲଟିଛି ବୋଲି ସର୍ବସାଧାରଣ ରେ ଚର୍ଚ୍ଚା ହେଉଛି l

Leave A Reply

Your email address will not be published.