ଆସିକାରେ ବାଲି ମାଫିଆଙ୍କ ଆତଙ୍କରାଜ ! ଅତିଷ୍ଠ ଓ ଭୟରେ ଗ୍ରାମ ବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ….

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଏବେ ବାଲି ମାଫିଆମାନଙ୍କ ଆତଙ୍କ ରାଜ ଦେଖିବାକୁ ମିଳିଛି । ଆସିକା ବ୍ଲକ ଅନ୍ତର୍ଗତ ବାଲିଛାଇ ଓ ଆଲିପୁର ପଞ୍ଚଯାତ ର ଋଷି ପୁର, ନିରାଳ, ଗବନଳା ଓ ପଥରା ଗ୍ରାମ ନିକଟ ଦେଇ ଯାଇଥିବା ବଡ଼ ନଦୀରୁ ମାଫିଆ ଗୋଷ୍ଟି ବେଆଇନ ଭାବେ ଚୋରା ବାଲି ଚାଲାଣ କରୁଥିବା ନେଇ ନିରାଳ ଗ୍ରାମ ବାସୀ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମ ଜଣେଇଥିବା ଜଣାପଡିଛି। ଚୋରା ବାଲି ନେବା ସକାଶେ ନିରାଳ ଗ୍ରାମ ନିକଟରେ ଥିବା ଏକ ଚାଷ ଜମିରେ ଅସ୍ଥାୟୀ ରାସ୍ତା ନିର୍ମାଣ କରି ସହ ସହ ଟ୍ରାକ୍ଟର ରେ ଚୋରା ବାଲି ଚାଲାଣ ହେଉଛି।

ଏହି ଚୋରା ବାଲି ଚାଲାଣ କୁ ଅଞ୍ଚଳ ବାସୀ ଓ ଗ୍ରାମ ବାସୀ ବିରୋଧ କଲେ ଧମକ ଚମକ ମଧ୍ୟ ମିଳୁଥିବା ଅଭିଯୋଗ ହେଉଛି। ଗଞ୍ଜାମ ଜିଲ୍ଲାରେ ଚୋରା ବାଲି ଚାଲାଣ କୁ ନେଇ ମୁଣ୍ଡ ଗଡ଼ିବାର ସମ୍ଭାବନା ଥିବା ନେଇ ନିସର୍ତ୍ତରେ ରୀତିମତ ଖବର ପ୍ରକାଶ ହେଉଛି। ଚୋରାବାଲି ଚାଲାଣ ପାଇଁ ମାଫିଆ ଗୋଷ୍ଟି ଗ୍ରାମର ଉର୍ବର ଚାଷ ଜମିରେ ମଧ୍ୟ ରାସ୍ତା ନିର୍ମାଣ କରିବାକୁ ପଛ ଗୁଞ୍ଛା ଦେଉନାହାନ୍ତି। ଏହି ଚୋରା ବାଲି ଚାଲାଣ କୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ବେଳ ଥାଉ ଥାଉ ଯଦି ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନନେଲେ ଏହି ଦୁଇଟି ପଞ୍ଚାୟତରେ ଅବସ୍ଥା ଗୁରୁତର ହେବାର ସମ୍ଭାବନା ରହିଛି। ବାଲି ମାଫିଆ ମାନଙ୍କ ବିରୋଧ ରେ ଗାଁ ଗାଁ ର ଲୋକେ ଏବେ ମେଳି ବାନ୍ଧି ବିରୋଧ କରିବା ଆରମ୍ଭ ହୋଇଗଲାଣି।

ad-week
Leave A Reply

Your email address will not be published.