ଫୁଲବାଣୀ : କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ନିଷ୍ପତ୍ତି ପ୍ରକାରେ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାର ଶୃଙ୍ଖଳିତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ ଆଜି ଫୁଲବାଣୀ ସହରର ଦେବ କଲ୍ୟାଣ ମଣ୍ଡପ ଠାରେ ଏକ ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଓ ଆଇନ ପରାମର୍ଶଦାତା ଙ୍କୁ ନେଇ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରାଯାଇଥିଲା। ବୈଠକରେ ପ୍ରଥମେ କନ୍ଧମାଳ ଜିଲ୍ଲାର ଇଷ୍ଟଦେବୀ ମାଁ ବରାଳ ଦେବୀଙ୍କ ଫୋଟୋ ଚିତ୍ରରଖି ବୈଠକରେ ଉପସ୍ଥିତ ମୂଖ୍ୟ ଅତିଥିଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରାଯାଇଥିଲା।ଏହି ବୈଠକରେ ମୂଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘର ମୂଖ୍ୟ ଆଇନ ପରାମର୍ଶ ଦାତା ତଥା ବରିଷ୍ଠ ବିଜେପି ନେତା ଆଇନଜୀବି ଭଗବାନ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନ୍ୟତମ ପରାମର୍ଶ ଦାତା ଭାବେ ବରିଷ୍ଠ ଆଇନଜୀବୀ ଅଜିତ କୁମାର ପଟ୍ଟନାୟକ ଓ ମିଡ଼ିଆ ସମ୍ପାଦକ ବରିଷ୍ଠ ସାମ୍ବାଦିକ ତଥା ଆଇନ ପରାମର୍ଶଦାତା ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ କୁନା ଦିଗାଲ,ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୌରପରିଷଦ ସାଂସଦ ପ୍ରତିନିଧି ଜଗନ୍ନାଥ ସାହୁ,ଫିରିଙ୍ଗିଆ ବ୍ଲକ ସାଂସଦ ପ୍ରତିନିଧି ଗୋଲକ ବିହାରୀ କହଁରଙ୍କୁ ସଂଘଠନ ତରଫରୁ ପୁଷ୍ପ ଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଅତିଥି ମାନଙ୍କ ଦ୍ଵାରା କନ୍ଧମାଳ ଜିଲ୍ଲାର ସମସ୍ତ ଥାନା ମାନଙ୍କରୁ ଆସିଥିବା ହୋମଗାର୍ଡ ସଂଘ କର୍ମକର୍ତ୍ତା ମାନଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ହୋମଗାର୍ଡ ସଂଘଠନ ଟିକୁ ଚାରି ବର୍ଷ ପୁରଣ ହୋଇଥିବାରୁ ୨୦୨୦, ମସିହା ଠାରୁ ୨୦୨୪, ମସିହା ପଯ୍ୟନ୍ତ ସମସ୍ତ ଆୟ ବ୍ୟୟ ହିସାବ ସମସ୍ତଙ୍କ ଉପସ୍ଥିତ ଶୁଣାଣି କରାଯାଇଥିଲା l ପୁର୍ବରୁ ଯେଉଁ ସଂଘ କର୍ମକର୍ତ୍ତା ସଂଘଠନ ଟିକୁ ପଞ୍ଜୀକୃତ କରି ଆଜି ପର୍ଯ୍ୟନ୍ତ ସୁଚାରୁ ରୂପେ ପରିଚାଳିତ କରିବା ସହିତ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ମଞ୍ଜୁଳା ନାୟକ ହାଇକୋର୍ଟ ଡିଗ୍ରୀ କେସ ସୁପ୍ରିମକୋର୍ଟ ପଯ୍ୟନ୍ତ ନେଇ ଉପଯୁକ୍ତ ନ୍ୟାୟ ଦେଇଥିବାରୁ ପୁନର୍ବାର ସେମାନଙ୍କୁ ସଂଘଠନ ଟିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଚୟନ କରାଯାଇ ଥିଲା । ସେଥିରେ ସଭାପତି ଭାବେ, ପ୍ରଭାତ କୁମାର ସାହାଣୀ, ଆବାହକ ତଥା ଉପ ସଭାପତି ଭାବେ ବିରାଜ କୁମାର ପ୍ରଧାନ, ସମ୍ପାଦକ ସପନ କୁମାର ମିଶ୍ର କୋଷାଧ୍ୟକ୍ଷ ଶେଖ୍ ରିହାଜୁଦନ, କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ , ଉପ କାର୍ଯ୍ୟକାରୀ ସଭାପତି ରବି ଶଙ୍କର ବାରିକ ,ସହ ସମ୍ପାଦକ, ନୃସିଂହ ଡାକୁଆ, ସୋମନାଥ ବିନ୍ଧାଣି , ଉପ, କୋଷାଧ୍ୟକ୍ଷ ଭାବେ, ନାଗାର୍ଜୁନ ବଳିୟାର ସିଂ,ଅଜୟ କୁମାର ଦିଗାଲ, ଏବଂ,କାର୍ଯ୍ୟକାରୀ ସଦସ୍ୟ ଭାବେ କନ୍ଧମାଳ ଜିଲ୍ଲା ସମସ୍ତ ଥାନା ମାନଙ୍କରୁ ଆସିଥିବା ଶୃଙ୍ଖଳିତ ହୋମଗାର୍ଡ କର୍ମଚାରୀ ମାନଙ୍କୁ ନେଇ ଚୟନ କରାଯାଇଥିଲା। ଶେଷରେ କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
