ପାଣିରେ ବୁଡି ଚାରିବର୍ଷ ଶିଶୁ କନ୍ୟାର ଜୀବନ ଗଲା ଶୋକାକୁଳ ପରିବେଶରେ ଗ୍ରାମବାସୀ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଭେଞ୍ଚନପଲ୍ଲୀ ଗ୍ରାମରେ ଜଣେ ୪ ବର୍ଷର ଶିଶୁ କନ୍ୟା ପାଣିରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି। ସୁଚନା ଅନୁଯାୟୀ ଆଜି ସକାଳୁ ଏହି ଗ୍ରାମର ଜଗା ମୁଲି ଓ ତାଙ୍କ ସ୍ତ୍ରୀ ଚାରିବର୍ଷର କନ୍ୟା ସନ୍ତାନ ପୁଷ୍ପା ମୁଲିକୁ ନେଇ ଧାନ କାଟିବାକୁ ଚାଷ ଜମିକୁ ଯାଇଥିଲେ l ସେଠାରେ ଥିବା ଲାଡି ଘରେ ଉଭୟ ପିତାମାତା କନ୍ୟା ସନ୍ତାନକୁ ଖାଦ୍ୟ ଖୁଆଇ ଖେଳିବାକୁ ଛାଡି ଦେଇ ନିଜ ଧାନ ଜମିକୁ ଚାଲି ଯାଇଥିଲେ। ଦୁଇଘଣ୍ଟା ପରେ ଉଭୟ ସ୍ଵାମୀ ସ୍ତ୍ରୀ ଧାନ କଟା ସାରି ଫେରିବା ବେଳକୁ ଲାଡି ନିକଟରେ ଝିଅକୁ ପାଇ ନଥିଲେ। ଏହାପରେ ଉଭୟ ଖୋଜାଖୋଜି କରିବା ବେଳେ ଏମପିଭି ଗ୍ରାମର ଜଣେ ଟ୍ରାକ୍ଟର ଚାଳକ ନିକଟସ୍ଥ ପୋଖରୀ ପାଣିରେ ଶିଶୁ କନ୍ୟାର ମୃତ ଦେହ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଜଣାଇ ଥିଲେ । ଏ ନେଇ ପରିବାର ଲୋକ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ତୁରନ୍ତ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ପୁଷ୍ପାର ମୃତ ଶରୀରକୁ ପୋଖରୀ ପାଣିରୁ ଉଦ୍ଧାର କରିଥିଲେ। ଏହାପରେ ଘଟଣା ବାବଦରେ ଜଗା ପଡିଆ ଥାନାରେ ଲିଖିତ ଅଭିଯୋଗ ଅଭିଯୋଗ କରିବା ପରେ ପଡିଆ ପୋଲିସ ଏସଆଇ ନିରୋଦ କୁମାର ବାଘ ଘଟଣା ସ୍ଥଳରେ ପହଂଚି ଶିଶୁ କନ୍ୟାର ଶବ ପଂଚନାମା କରିବା ସହ ବ୍ୟବଚ୍ଛେଦ ପାଇଁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। ଏ ନେଇ ପଡିଆ ଥାନାରେ ଅପମୃତ୍ୟୁ ମାମଲା ସଂଖ୍ୟା ୨୧/୨୦୨୪ ରୁଜୁ କରାଯାଇ ଘଟଣାର ତଦନ୍ତ ଜାରୀ ରହିଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.