ଦିବଙ୍ଗତ କବି ବଳରାମ ପୂଜାରୀ ମାଲ୍ୟବନ୍ତ ସମ୍ମାନରେ ସମ୍ମାନୀତ

add-all

ମାଲକାନଗିରି : ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ୨୦୨୪ ପାଳନ ଅବସରରେ ଜୀବନ ବ୍ୟାପି ସାହିତ୍ୟ ଓ ସ°ସ୍କୃତିକୁ ଋଧିବନ୍ତ କରୁଥିବା ବିଶିଷ୍ଟ ଦିବଙ୍ଗତ କବି ବଳରାମ ପୂଜାରୀଙ୍କୁ ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂହଦେଓ ମାଲ୍ୟବନ୍ତ ସମ୍ମାନରେ ଭୂଷିତ କରିଛନ୍ତି । କବିଙ୍କ ଅବର୍ତମାନରେ ତାଙ୍କର ସହ ଧର୍ମୀଣି ପୁଷ୍ପାଞ୍ଜଳି ପୂଜାରୀ, ବାପା ଇନ୍ଦ୍ରମଣି ପୁଜାରୀ ଓ ପୁତ୍ର ରୁଦ୍ରାଭୀଶେକ ପୂଜାରୀ ପ୍ରମୁଖ ଆଜିର ମୁଖ୍ୟ ଅତିଥି ଶ୍ରୀ ସିଂହଦେଓଙ୍କ ଠାରୁ ମାନପତ୍ର ଓ ଉପଢ଼ୌକନ ଗ୍ରହଣ କରିବା ସହ ଦିବଙ୍ଗତ କବିଙ୍କ ଦ୍ବାରା ଲିଖିତ ଅନ୍ତିମ କାବ୍ୟ ସଙ୍କଳନ “କୋଣ୍ଡାକାମ୍ବେରୁ ଖୁଆଡ ” କୁ ମଞ୍ଚାସିନ ଅତିଥି ମାନଙ୍କୁ ଭେଟି ସ୍ଵରୁପ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି କାଳଜୟୀ କବିଙ୍କ ଅକାଳ ବିୟୋଗରେ ମାଲକାନଗିରି ଜିଲ୍ଲା ଜଣେ ଉଚ୍ଚ କୋଟୀର ସୃଜନଶୀଳ କବିଙ୍କୁ ହରାଇ ସାହିତ୍ୟ ଜଗତରେ ହୋଇଥିବା ଅପୁରଣନୀୟ କ୍ଷତି ନିମନ୍ତେ ସମସ୍ତେ ଶୋକ ପ୍ରକାଶ କରିବା ସହ ସମସ୍ତ ଯୂବ ସାହିତ୍ୟିକ ମାନଙ୍କୁ ଦିବଙ୍ଗତ କବି ଶ୍ରୀ ପୂଜାରୀଙ୍କ ପଦାଙ୍କ ଅନୁସରଣ କରିବାକୁ ଆହ୍ଵାନ ଦେଇଥିଲେ।

ad-week
Leave A Reply

Your email address will not be published.