
ଉମରକୋଟ ( ୧୭/୧୨/୨୦୨୪)କଥାରେ ଅଛି ‘ଚରଣରେ ଅଛି ମରଣର ଖବର ‘ ଯାହାର ଯୋଉଁଠି ମୃତ୍ୟୁ ହେବ ଏହି ଚରଣ ସେଠି ଚାଲି ଚାଲି ଯିବ। ମୃତ୍ୟୁ କେତେବେଳେ କାହାର କୋଉଁଠି ହେବ କେହି କହି ପାରନ୍ତି ନାହିଁ।
ସୂଚନା ପ୍ରକାରେ ୧୬/୧୨/୨୦୨୪ ରିଖ ଏହି ପରି ଏକ ଘଟଣା ଘଟିଯାଇଛି ଯାହାକି ପାଣିରେ ବୁଡ଼ି ମୃତ୍ୟୁ କୁ ନେଇ ସନ୍ଦେହ ଉଙ୍କି ମରୁଛି । ବିଗତ କାଲି ଅପରାହ୍ନ ଆନୁମାନିକ ପାଞ୍ଚଟା ବେଳେ ରାଇଘର ବ୍ଲକର ବୋବେଇ ପଞ୍ଚାୟତ ଅନ୍ତର୍ଗତ କଟୁୟାଲ ପାରା ( ପାଥରପାରା ) ର ଚୈତମନ ଗଣ୍ଡ ଆନୁମାନିକ ୩୫ ବର୍ଷ,ପିତା ଲଛିନ୍ଦର ଗଣ୍ଡ ଆପରାନ୍ହ ପ୍ରାୟ ପାଞ୍ଚଟା ବେଳେ ଗ୍ରାମ ସଂଲଙ୍ଗ ଏକ ପୋଖରୀରେ ଝାଡ଼ା କରିବାକୁ ଯାଇ ପୋଖରୀର ଆଣ୍ଠୁଏ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି କହି ଗ୍ରାମବାସୀ ସହ ପରିବାରର ଲୋକ ମାନେ କହିଛନ୍ତି।ତାଙ୍କର ବାପା ଙ୍କ କହିବା କଥା ଦିନ ସାରା ଆମେ ଗୋଟିଏ ଜାଗାରେ ଥିଲି କିନ୍ତୁ ପୁଅର ଯିବା ମୁଁ ଦେଖି ନାହିଁ।ମୋର ପୁଅର ‘ମୃଗି’ ବେମାର ଥିଲା ବୋଲି ତାଙ୍କ ବାପା କହିଥିଲେ ।ପୋଖରୀ ପାଖ ଜଙ୍ଗଳରେ ଗ୍ରାମର ଛୋଟ ଛୋଟ ଝିଅ ମାନେ କାଠ ସଂଗ୍ରହ କରି ସେହି ବାଟରେ ଘରେ ଫେରିବା ସମୟରେ ପୋଖରୀ ପାଣିରେ ଏହି ପରି ଭାସି ଥିବା ବ୍ୟକ୍ତି କୁ ଦେଖି ଗ୍ରାମରେ ଆସି ସମସ୍ତଙ୍କ କହିଥିଲେ। ସ୍ତ୍ରୀ ହାଲବେ ଗଣ୍ଡ ଓ ଆଠ ବର୍ଷର ପୁଅ କାର୍ତ୍ତିକ ଘଟଣା ଜାଣିବା ପରେ ପାହାଡ଼ ତୁଟି ଗଲା ପରି ପରିସ୍ଥିତି ସୃଷ୍ଟି ହୋଇଛି,ଏହି ମୃତ୍ୟୁର ଖବର ରାଇଘର ଥାନାରେ ଜଣାଇବା ପରେ ରାଇଘର ଥାନାର ଏ ଏସ ଆଇ କୌଶିକ ସାର ଘଟଣା ସ୍ତଳରେ ପହଁଞ୍ଚି ଲାଶଟିକୁ ପାଣିରୁ ବାହାର କରି ଘଟଣାର ପ୍ରକ୍ରୁତ କାରଣ ଅନୁସନ୍ଧାନ କରୁଛନ୍ତି। ପୋଷ୍ଟମୋଟମ ରିପୋର୍ଟ ଆସିଲା ପରେ ମୃତ୍ୟୁ ର ପ୍ରକୃତ କାରଣ ସ୍ପଷ୍ଟ ହେବ କାରଣ ଆଣ୍ଠୁଏ ପାଣି ରେ ଜଣେ କିପରି ବୁଡି ମରିବ ତାହା ଅଞ୍ଚଳ ରେ ସନ୍ଦେହ ସୃଷ୍ଟି କରିଛି l