ପାଲେଷ୍ଟାଇନ ପରେ ବାଂଲାଦେଶ ବ୍ୟାଗ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା

add-all

ଦିନକ ତଳେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିବାରୁ ବିଜେପି ଏହାକୁ କଡ଼ା ସମାଲୋଚନା କରିଥିଲା। ଏବେ ଏହି ବିବାଦକୁ ଖାତିର ନ କରି ଆଜି ସେ ଆଉ ଏକ ନୂଆ ବ୍ୟାଗ ଧରି ସଂସଦରେ ପହଞ୍ଚିଛନ୍ତି।

ଏହି ବ୍ୟାଗରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ଲୋଗାନ ରହିଛି। ଏହାକୁ ଧରି ପ୍ରିୟଙ୍କା ସଂସଦରେ ପହଞ୍ଚିବା ସହ ଗତକାଲି ପାଲେଷ୍ଟାଇନ ବ୍ୟାଗ ଧରିବା ପାଇଁ ତାଙ୍କୁ ସମାଲୋଚନା କରୁଥିବା ଲୋକଙ୍କ ମୁହଁ ବନ୍ଦ ହୋଇଯାଇଛି।

ପ୍ରିୟଙ୍କା ଧରିଥିବା ବ୍ୟାଗରେ ଲେଖାଯାଇଛି ଯେ “ବାଂଲାଦେଶୀ ହିନ୍ଦୁ ଓ ଖ୍ରୀଷ୍ଟିୟାନଙ୍କ ସହ ଆମେ ଛିଡ଼ା ହୋଇଛୁ।” ବାଂଲାଦେଶରୁ ଶେଖ ହସିନା ବିତାଡ଼ିତ ହେବା ପରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ପ୍ରିୟଙ୍କା ଏପରି ବ୍ୟାଗ ଧରି ସଂସଦରେ ଆଜି ପହଞ୍ଚିଥିଲେ।

ପ୍ରିୟଙ୍କା ଗାନ୍ଧି ଏପରି ବ୍ୟାଗ ଧରିଥିବାରୁ ତାଙ୍କ ଠାରୁ ଅନୁପ୍ରାଣିତ ହୋଇ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ସମାନ ବ୍ୟାଗ ଧରି ସଂସଦ ବାହାରେ ବିକ୍ଷୋଭ କରିଛନ୍ତି।

ସୋମବାର ଲୋକସଭାର ଶୂନ୍ୟକାଳରେ ନିଜର ମତ ରଖୁଥିବା ବେଳେ ପ୍ରିୟଙ୍କା ଗାନ୍ଧି ବାଂଲାଦେଶୀ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇଥିଲେ। ସରକାର ଏହି ପ୍ରସଙ୍ଗ କୂଟନୀତିକ ସ୍ତରରେ ଢାକା ସହ ଆଲୋଚନା କରନ୍ତୁ ବୋଲି ସେ ପ୍ରସ୍ତାବ ଦେଇଥିଲେ। ଆଜି ସେ ବାଂଲାଦେଶୀ ହିନ୍ଦୁଙ୍କ ସପକ୍ଷରେ ଲେଖାଥିବା ସ୍ଲୋଗାନ ବ୍ୟାଗ ଧରି ସଂସଦ ଆସିଛନ୍ତି। 

ad-week
Leave A Reply

Your email address will not be published.