ଅନ୍ତଃବସ୍ତ୍ର ଭିତରେ ୧.୭ କେଜି ସୁନା ସ୍ମଗଲିଂ ବେଳେ ଧରା ପଡ଼ିଲେ ଏୟାର ଇଣ୍ଡିଆ କ୍ରୁ

ଏୟାର ଇଣ୍ଡିଆର ଜଣେ କ୍ୟାବିନ କ୍ରୁ ସୁନା ଚୋରା ଚାଲାଣ କରୁଥିବା ବେଳେ ଚେନ୍ନାଇ ଏୟାରପୋର୍ଟରେ ଧରା ପଡ଼ିଛନ୍ତି। ଏୟାର ଇଣ୍ଡିଆର ସଦସ୍ୟ ଜଣଙ୍କ ଜଣେ ଯାତ୍ରୀଙ୍କୁ ୨୪ କ୍ୟାରେଟର ୧.୭ କେଜି ସୁନା ସ୍ମଗଲିଂ କରିବାରେ ସହାୟତା କରୁଥିଲେ।

ରବିବାର ଦିନ କ୍ୟାବିନ କ୍ରୁ ଓ ଯାତ୍ରୀ ଜଣଙ୍କ ଦୁବାଇରୁ ଏୟାର ଇଣ୍ଡିଆ ବିମାନରେ ଚେନ୍ନାଇ ଏୟାରପୋର୍ଟରେ ପହଞ୍ଚିଥିଲେ। ସେମାନେ ଏୟାରପୋର୍ଟ ବାହାରକୁ ସୁନା ସହ ବାହାରୁ ଥିବେ ବେଳେ ଅଧିକାରୀମାନେ ଉଭୟଙ୍କୁ ଧରିଛନ୍ତି।

ବିମାନ ମଧ୍ୟରେ ସ୍ମଗଲିଂ ପାଇଁ ଯାତ୍ରୀ ଜଣଙ୍କ ଏୟାର ଇଣ୍ଡିଆର କ୍ୟାବିନ କ୍ରୁଙ୍କୁ ସୁନା ଦେଇଥିଲେ। ସେ ଏହାକୁ ଧରି ବାହାରକୁ ଆସୁଥିବା ବେଳେ କଷ୍ଟମ ବିଭାଗ ହାତରେ ଧରାପଡ଼ିଛନ୍ତି।

ଅଧିକାରୀମାନେ ସର୍ଚ୍ଚ କରିବା ବେଳେ କ୍ୟାବିନ କ୍ରୁଙ୍କ ଅନ୍ତଃବସ୍ତ୍ରରୁ ଏତେ ପରିମାଣ ସୁନା ତରଳ ଅବସ୍ଥାରେ ରହିଥିବା ଜଣାପଡ଼ିଥିଲା। ସୁନା ମିଳିବା ପରେ କ୍ୟାବିନ କ୍ରୁ ଓ ଯାତ୍ରୀଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଏନେଇ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ଆସିନାହିଁ।

ad-week
Leave A Reply

Your email address will not be published.