ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ପୋଲିସ : କଣ୍ଟେନର ସହିତ ୨୬୦ କିଲୋ ଗଞ୍ଜେଇ ହେଲା ଜବତ

add-all

ବ୍ରହ୍ମପୁର : – କଣ୍ଟେନର ରେ ସିକ୍ରେଟ ଚାମ୍ବର ମଧ୍ୟରେ ରଖା ଯାଇଥିଲା ପୁଳା, ପୁଳା ଗଞ୍ଜେଇ। ମହାରାଷ୍ଟ୍ର କୁ ହେଉଥିଲା ଚୋରା ଚାଲାଣ।ବିଶେଷ ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ଅଞ୍ଚଳର ଡାଳ ଖାଇ ମନ୍ଦିର ନିକଟରେ ଅଶୋକା ଲିୟେଲାଣ୍ଡ କଣ୍ଟେନର କୁ ଜବତ କରି ଯାଞ୍ଚ କରିବା ବେଳେ ସେଥିରୁ ପାଖାପାଖି ୨୬୦ କିଲୋଗ୍ରାମ ର ଗଞ୍ଜେଇ ଜବତ କରିଛି ଅବକାରୀ ଗୁଇନ୍ଦା ପୋଲିସ।ମହାରାଷ୍ଟ୍ର ରୁ କିସମିସ ନେଇ ଏମ .ଏଚ.-୪୬ ଏ ଏଫ-୯୫୬୮ ନମ୍ବର ବିଶିଷ୍ଟ ଏକ କଣ୍ଟେନର ଆସିଥିବା ବେଳେ ତାହା ବାହାର କରି ଜଣେ ଡ୍ରାଇଭର ଶ୍ରୀକେଟ ଚାମ୍ବର ବନେଇ ସେଥିରେ ଗଞ୍ଜାଇ ଭରି କରି ଚାଲାଣ କରିବା ପାଇଁ ଉଦ୍ୟମ କରିଥିଲା। ଅବଜାରୀ ଗୁଇନ୍ଦା ପୋଲିସ ଉକ୍ତ ଗାଡି କୁ ଜବତ କରିବା ସହିତ ଏହି ସଂକ୍ରାନ୍ତ ମହାରାଷ୍ଟ୍ର ର ଗାଡି ଡ୍ରାଇଭର ଧୁଣ୍ଡୁରାମ ଗାୟକୱାର୍ଡକୁ ଗିରଫ କରିଛି।ଏବଂ ଏହି ମାମଲାରେ ବଡ଼ କୁଶସ୍ଥଳୀ ଅଞ୍ଚଳରେ ଗୋଟେ ବାଇକ ମଧ୍ୟ ଜବତ କରିଛି।ତେବେ ଆହୁରି କେଉଁ ମାନଙ୍କ ସମ୍ପୃକ୍ତି ରହିଛି ତଦନ୍ତ ଜାରି ରହିଥିବା ଡ଼ିଏସପି ଶୃତିକାନ୍ତ ରାଉତ ସୂଚନା ଦେଇଛନ୍ତି

ad-week
Leave A Reply

Your email address will not be published.