ଇଡି ଜାଲରେ ପ୍ରମିଳାଙ୍କ ଭାଇ କ୍ଷୀରୋଦ 

add-all

ଭୁବନେଶ୍ୱର: ଇଡି ଜାଲରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ। କ୍ଷୀରୋଦଙ୍କ ଘରେ ଆଜି ଇଡି ଚଢ଼ାଉ କରିଛି। ୨୩୧ କୋଟି ଠକେଇ ଅଭିଯୋଗରେ ବଡ଼ଧରଣର ଇଡି ରେଡ୍ ହୋଇଥିବା ସୂଚନା ମିଳିଛି।

ତେବେ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ବିଶ୍ବ ଏନ୍‌ଜିଓର ଫାଉଣ୍ଡର। ୨୩୧ କୋଟି ଠକେଇ ଅଭିଯୋଗ ହେବା ପରେ ଆଜି ସକାଳୁ ସକାଳୁ କ୍ଷୀରୋଦ ମଲ୍ଲିକଙ୍କ ଅଫିସ୍ ସମେତ ସମ୍ବଲପୁରରେ ୩ଟି ସ୍ଥାନରେ ଏବଂ ଦିଲ୍ଲୀରେ ଗୋଟିଏ ସ୍ଥାନରେ ରେଡ୍ କରିଛି ଇଡି।

ମିଳିଥିବା ସୂଚନା ଅନୁସାରେ, ପ୍ରମିଳାଙ୍କ ଭାଇ କ୍ଷୀରୋଦଙ୍କ ବିରୁଦ୍ଧରେ ୨୩୧ କୋଟି ଟଙ୍କାର ଋଣ ଅପବ୍ୟବହାର କରିବାର ଅଭିଯୋଗ ହୋଇଛି । ଯାହା ତାଙ୍କ ଦ୍ୱାରା ପରିଚାଳିତ ଏକ ଏନଜିଓ ଭାରତ ଇଣ୍ଟିଗ୍ରେଟେଡ୍ ସୋସିଆଲ ୱେଲଫେୟାର ଏଜେନ୍ସି (ବିଶ୍ବ) ନାଁରେ ନିଆଯାଇଥିଲା । ଅନେକ ସରକାରୀ ଏବଂ ଘରୋଇ ବ୍ୟାଙ୍କରୁ ତାଙ୍କ ସଂସ୍ଥା ନାଁରେ ଋଣ କରି ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ଟଙ୍କା ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଏବେ ଖୋଳତାଡ କରୁଛି ଇଡି ।

ad-week
Leave A Reply

Your email address will not be published.