ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ ଉତ୍ସବ

add-all

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଆନ୍ତର୍ଗତ ଥାନା ରାଏବଗା ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲଚନା ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା । ଏହି ଶୁଭ ଅବସରରେ ମୁଖ୍ୟ ଅତିଥିରୂପେ କୁଆଁରମୁଣ୍ଡା ଏବିଓ ଶ୍ରୀମତୀ ତପସ୍ୱିନୀ ମହାନନ୍ଦିଆ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଜର ଅଭିଭାଷଣରେ ଭଲ ଖେଳ ଖେଳିବା ସହ ଭଲ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ । ପୂର୍ବତନ ଏବିଓ ଦୋରାଥିଆ ଟପ୍ପନ ମଧ୍ୟ ଯୋଗ ଦେଇଥିଲେ । ପିଲାମାନେ ସ୍ଥାନୀୟ ସମ୍ମାନିତ ଅତିଥି ମାନଙ୍କୁ ଚନ୍ଦନ ଲଗାଇ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ | ଏହି ଅବସରରେ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୀଷଣ ତନ୍ତି, ନନ୍ଦ କିଶୋର ପ୍ରସାଦ, ବସନ୍ତ ଗୋପ, ପ୍ରଫୁଲ ମିଶ୍ର, ପଦ୍ମଳଚନ ଗଡ଼ତିଆ, ସଞ୍ଜୟ ସାହୁ, ସ୍ଥାନୀୟ ନିସର୍ତ୍ତ ପେପର ର ସମ୍ବାଦିକ ଅବଦୁଲ ସୋହାଭ (ସାହିଦ) ଓ ବିପ୍ରଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ହୋଇଥିଲେ ।

ଗତ କାଲି ବାର୍ଷିକ କ୍ରୀଡାରେ ଭାଗ ନେଇଁ ଥିବା ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଜି ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ସନ୍ତୋଷ ଲାକ୍ରା, ଚିନ୍ମୟ ନାଏକ, ଶୁକଦେବ ସାହୁ, ରାମକୃଷ୍ଣ ଦାସ, ବିଘ୍ନରାଜ ନନ୍ଦ, ପ୍ରଫୁଲ କୁମାର ଗୋୱାଲା, ରଘୁନାଥ ବେହେରା, ରାହୁଲ କୁମାର ନନ୍ଦୀ, ନୀଳମଣି ସୂରିନ, ପ୍ରିୟଙ୍କା ଏକ୍କା, ମୁନଂଜିତ ମହାନନ୍ଦା, ତୃପ୍ତିମାଝୀ ପ୍ରଧାନ, ହେମନ୍ତ କୁମାର ଗୋପ ଓ ଗୁପ୍ତେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ରହି ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

ଶେଷରେ ପ୍ରଧାନ ଶିକ୍ଷକ ଆସିଥିବା ମୁଖ୍ୟ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.