୧୫ ତମ ଭରତ ମୁନି ସମ୍ମାନରେ ସମ୍ମାନିତ ହେଲେ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ କୃଷ୍ଣମୂର୍ତ୍ତି

add-all

ଭୁବନେଶ୍ୱର:- ଓଡ଼ିଶା ର ବହୁ ପୂରାତନ ରାଜ୍ୟ ରାଜଧାନୀ ଭୁବନେଶ୍ଵର ଠାରେ ଅବସ୍ଥିତ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ କଳିଙ୍ଗାୟନ ତୌର୍ୟତ୍ରିକମ ତରଫ ରୁ ୧୫ ତମ ଭରତ ମୁନି ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ୧୬ ଏବଂ ୧୭ ତାରିଖ ଦୁଇ ଦିନ ଅନୁଷ୍ଠିତ ହୋଇଥିଲା। ୧୭ ତାରିଖ ସନ୍ଧ୍ୟା ରେ ୧୫ ତମ ନାଟ୍ୟଶାସ୍ତ୍ର ଭରତ ମୁନି ସମ୍ମାନ ରେ ସମ୍ମାନିତ ହେଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ,ଜାତୀୟ କଳାକାର, ବୌଜ୍ଞାନିକ, ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ କୃଷ୍ଣମୂର୍ତ୍ତି।

ଉଦଯାପିତ ସନ୍ଧ୍ୟା ମୁଖ୍ୟ ଅତିଥି ଭାବରେ ଜିତେନ୍ଦ୍ର ନାଥ ମିଶ୍ର (ଚେୟାରମେନ)ପୂର୍ବତନ ରାଷ୍ଟ୍ରଦୂତ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଇଟାଲୀ ,ଓଡ଼ିଶୀ ଏବଂ ଛଉ ନାଚ ନୃତ୍ୟଶିଳ୍ପୀ ଇଲିଆନା ସିତାରିଷ୍ଟ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।

ଉଦଯାପିତ ସନ୍ଧ୍ୟା ରେ ଅନୁଷ୍ଠାନ ର ସି ଏଚ ଅଜୟ ପ୍ରଥମେ କୁଚିପୁଡି ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ ଶ୍ରୀଯୁକ୍ତ ସୂର୍ଯ୍ୟମଣି ରମେଶ ଦାସ ଓ ଡ଼ଃ ସାରଦା ପ୍ରସନ୍ନ ଦାସ ଯୁଗଲବନ୍ଦି ବାଦ୍ୟଯନ୍ତ୍ର ପରିବେଷଣ କରିଥିଲେ।

ନାଟ୍ୟଶାସ୍ତ୍ର ଭରତ ମୁନି ସମ୍ମାନ ଭୁବନେଶ୍ୱରସ୍ଥିତ କଳିଙ୍ଗାୟନ ତୌର୍ଯ୍ୟାତ୍ରିକମ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଉଥିବା ସମ୍ମାନ ଅଟେ । ପ୍ରତି ବର୍ଷ କଳା ଓ ସଂସ୍କୃତିରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଏ । ଏହି ସମ୍ମାନ ପ୍ରଦାନ ପ୍ରଥା ମସିହା ୨୦୦୮ରୁ ଆରମ୍ଭ ହୋଇଥିଲା ।ନାଟ୍ୟଶାସ୍ତ୍ରୀ ଭରତ ମୁନିଙ୍କ ସ୍ମରଣାର୍ଥେ ଏହି ସମ୍ମାନ ଉତ୍ସର୍ଗୀକୃତ।

ad-week
Leave A Reply

Your email address will not be published.