ଆସନ୍ତା ଫେବୃଆରୀ ୧୧ରୁ ମାଲକାନଗିରିରେ ଆରମ୍ଭ ହେବ ବଡଯାତ୍ରା

add-all

ମାଲକାନଗିରି, ୧୮।୧୨ ମାଲକାନଗିରି ଜିଲ୍ଲା ବଡ ପର୍ବ ତଥା ବଡ ଯାତ୍ରା ଆସନ୍ତା ବର୍ଷ ଫେବ୍ରୁଆରି ୧୧ ତାରିଖରୁ ଆରମ୍ଭ ହେବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଏବାଦରେ ଏକ ବୈଠକ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ଏହି ବଡ ଯାତ୍ରା ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ। ଏହି ଯାତ୍ରାରେ ପୂଜା ପାଇଥାନ୍ତି ପ୍ରଭୁ କାନମ ରାଜୁ, ବାଲ ରାଜୁ, ପୋତ ରାଜୁ ଓ ମା ମୁତ୍ୟାଲୁ ଅମ୍ମା। ଏହି ଯାତ୍ରା କାହିଁ କେଉଁ ଆଦିମ କାଳରୁ ପାଳନ ହୋଇ ଆସୁଥିବା ବେଳେ ଏହାର ଅନେକ ମାହାତ୍ମ୍ୟ ରହିଛି। ତେବେ ଏହି ଯାତ୍ରା ଆରମ୍ଭ ନେଇ ମାଲକାନଗିରି ତହସିଲ କାର୍ଯ୍ୟଳୟରେ ତହସିଲଦାର ଓ ଅନ୍ୟ ଅଧିକାରୀଙ୍କ ସହ ଯାତ୍ରା କମିଟିର ଉପସ୍ଥିତିରେ ଏକ ବୈଠକ କରାଯାଇଛି। ଯେଉଁଥିରେ ସର୍ବ ସମ୍ମତି କ୍ରମେ ଓ ନୀତି ନିର୍ଘଣ୍ଟ ଅନୁଯାୟୀ ଆସନ୍ତା ବର୍ଷ ଅର୍ଥାତ ୨୦୨୫ ମସିହା ଫେବ୍ରୁଆରି ୧୧ ତାରିଖରୁ ଏହି ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ଯାତ୍ରା ଦୀର୍ଘ ଏକ ମାସ ଧରି ଚଳିବାକୁ ଥିବା ବେଳେ ୨୦୨୫ ମସିହା ମାର୍ଚ ୧୨ ତାରିକହରେ ଶେଷ ହେବ। ତେବେ ଏହି ଯାତ୍ରାରେ ଜିଲ୍ଲାରେ ଉତ୍ସବ ମୁଖର ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଠାକୁରଙ୍କ ଦର୍ଶନ ପାଇଁ ଜିଲ୍ଲା ବାହାରୁ ଓ ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟି ଥାଏ। ଏହି ଯାତ୍ରାକୁ ଭକ୍ତ ମାନେ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିବା ବେଳେ ଏହାର ଆରମ୍ଭ ନେଇ ତାରିଖ ଧାର୍ଯ୍ୟ ପରେ ଜିଲ୍ଲାରେ ଖୁଶିର ଲହରୀ ଖେଳି ଯାଇଛି।

ad-week
Leave A Reply

Your email address will not be published.