ଟ୍ୟାଙ୍କ ଫିଲ୍ଡ ଫାଇରିଙ୍ଗ ଅଭ୍ୟାସ ବେଳେ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ୍

add-all

କୋରାପୁଟ: ଟ୍ୟାଙ୍କ ଫିଲ୍ଡ ଫାଇରିଙ୍ଗ ଅଭ୍ୟାସ ବେଳେ ବିସ୍ଫୋରଣରେ ଜଣେ ଓଡ଼ିଆ ଯବାନ ସହିଦ୍ ହୋଇଛନ୍ତି। ଯବାନ ଜଣକ ହେଲେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ବଡାଗୁଡା ଗ୍ରାମର ଈଶ୍ଵର ତଲିଆ। ସେ ୨୦୧୧ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ସମ୍ପ୍ରତି ଯବାନ ଈଶ୍ୱର ଜମ୍ମୁରେ ୪୬ ଆର୍ମୀ ଆରମୋଡ୍ ରେଜିମେଣ୍ଟରେ ଏଲ.ଡି ପଦବିରେ କାର୍ଯ୍ୟରତ ଥିଲେ।

ଈଶ୍ଵର ତଲିଆ ସାଥୀ ଯବାନମାନଙ୍କ ସହିତ ଫାଇରିଙ୍ଗ ଅଭ୍ୟାସ ପାଇଁ ରାଜସ୍ଥାନର ଫକରନ୍ ପଠାଯାଇଥିଲା। ରାଜସ୍ଥାନର ଫକରନ୍ ରେଞ୍ଜରେ ବୁଧବାର ପୂର୍ବାହ୍ନ ୯ଟା ବେଳେ ଟ୍ୟାଙ୍କ ଫାଇରିଙ୍ଗ ଅଭ୍ୟାସ ଚାଲିଥିବା ବେଳେ ହଠାତ୍ ଟ୍ୟାଙ୍କ ଭିତରୁ ଏକ ବୋମା ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉତ୍ତରପ୍ରଦେଶର ଏସ୍.ଡି.ଏମ୍. ଆଶୁତୋଷ ମିଶ୍ର ଏବଂ ରାଜସ୍ଥାନର ଏଲ.ଡି. ଜିତେନ୍ଦ୍ର କୁମାର ସହିଦ୍ ହୋଇଥିଲେ। କିନ୍ତୁ ଯବାନ ଈଶ୍ୱର ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଯବାନ ଈଶ୍ୱରଙ୍କୁ ରାଜସ୍ଥାନରୁ ହେଲିକପ୍ଟର ଯୋଗେ ଚଣ୍ଡୀଗଡ଼ କମାଣ୍ଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ଈଶ୍ଵର ତଲିଆଙ୍କୁ ଗୁରୁବାର ସକାଳ ୫ଟା ବେଳେ ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଛନ୍ତି। ତାଙ୍କ ପରିବାର ଲୋକଙ୍କୁ ଫୋନ୍ ମାଧ୍ୟମରେ ସୂଚନା ଦିଆଯାଇଥିଲା। ଈଶ୍ୱର ସହିଦ୍ ହୋଇଯାଇଥିବା ଖବର ଆସିବା ପରେ ବୈପାରିଗୁଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଈଶ୍ଵର ତଲିଆଙ୍କ ପରିବାର କହିଲେ ସ୍ତ୍ରୀ ବାସନ୍ତୀ ତଲିଆ, ୮ ବର୍ଷର ଝିଅ, ୨ ବର୍ଷର ପୁଅ ଓ ମା’ ଅଛନ୍ତି। ସହିଦ ଯବାନ ଗତ ଦଶହରା ସମୟରେ ଶେଷ ଥର ପାଇଁ ନିଜ ଘରକୁ ଆସିଥିଲେ। ତେବେ ୪ ମାସ ହେବ ସେ ଘରକୁ ଆସିନଥିବାରୁ ପରିବାର ଲୋକେ ତାଙ୍କୁ ଅପେକ୍ଷା କରିଥିଲେ। 

ad-week
Leave A Reply

Your email address will not be published.