ପଡିଆବ୍ଲକରେ ଡିଜିଟାଲ ପେମେଣ୍ଟ ସଚେତନତା ଶିବିର ଅନୁଷ୍ଠିତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ ମହକୁମାରେ ଆଜି ଡିଜିଟାଲ ପେମେଣ୍ଟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଆଜି ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ବିଭିନ୍ନ ୟୁପିଆଇ ପେମେଣ୍ଟ ଜରିଆରେ ପେମେଣ୍ଟ ଓ ଅନଲାଇନ୍ ବ୍ୟାଙ୍କିଙ୍ଗ ସେବା ମାଧ୍ୟମରେ ନେଣଦେଣ ବାବଦରେ ଆଲୋଚନା କରାଯାଇଛି । ଯୁଗ ସହ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ବିଶାଳ ପରିବର୍ତ୍ତନ ଆସିଥିବା ବେଳେ ଲୋକଙ୍କ ଆଙ୍ଗୁଳିରେ ବ୍ୟାଙ୍କର ବିଭିନ୍ନ ସୁବିଧା ଉପଲବ୍ଧ ହୋଇପାରୁଛି। ଏଥିପାଇଁ ପୂର୍ବଭଳି ଘଣ୍ଟା ଘଣ୍ଟା ଧରି ବ୍ୟାଙ୍କ୍ ରେ ଧାଡ଼ି ନଲଗାଇ କିଭଳି ସବୁ ପ୍ରକାର ବ୍ୟାଙ୍କିଙ୍ଗ ସୁବିଧା ପାଇ ପାରିବେ ସେ ନେଇ ବିସ୍ତାରିତ ଭାବେ ଆଲୋଚନା ହୋଇଥିଲା। ଟଙ୍କା ନେଣଦେଣ ଠାରୁ ଆରମ୍ଭ କରି ରୁଣ, ଜମା ଖାତା ବ୍ୟବହାର ଡିଜିଟାଲ ବ୍ୟାଙ୍କିଂ ଦ୍ୱାରା ସମ୍ଭବ ହୋଇପାରୁଛି। ରିଜର୍ଭ ବ୍ୟାଙ୍କ ଗାଇଡ୍ ଲାଇନରେ ପରିଚାଳିତ ବ୍ୟାଙ୍କ୍ ଗୁଡିକର ସ୍ଵତନ୍ତ୍ର ଡିଜିଟାଲ ପେମେଣ୍ଟ ଜରିଆରେ ଟଙ୍କା ନେଣଦେଣ ଅପେକ୍ଷାକୃତ ସୁରକ୍ଷିତ ହୋଇଥିବା ବେଳେ ଅନ୍ୟାନ୍ୟ ୟୁପିଆଇ ପେମେଣ୍ଟ ଅପେକ୍ଷାକୃତ ସୁରକ୍ଷିତ ନଥିବା କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ରାଜ୍ୟ ଶାଖାର ଜଣେ ଅଧିକାରୀ ସମେତ ପଡିଆ ୟୁନିୟନ ବ୍ୟାଙ୍କ୍ ମ୍ୟାନେଜର୍ ଓ ପଡିଆ ବ୍ଲକ ଜିବିକା ପ୍ରକଳ୍ପ ମ୍ୟାନେଜର ଅମିତ୍ କୁମାର ନମଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.