ବିଜେପି ଯୁବମୋର୍ଚ୍ଚା ତରଫରୁ ରାହୁଲ ଗାନ୍ଧୀଙ୍କୁ ଗିରଫ ଦାବୀ : ଫୁଲବାଣୀ ଠାରେ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ମୁକ୍ତିକାନ୍ତ ମହାନ୍ତି ନେତୃତ୍ବରେ ଆଜି ସନ୍ଧ୍ୟାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗିରଫ ଦାବୀ କରିବା ସହ ରାହୁଲଙ୍କ କୁଶପୁତ୍ତଳିକା ଦାହ କରାଯାଇଛି l ଯାହା ସୂଚନା ରହିଚି
ପବିତ୍ର ସାଂସଦ ଗୃହରେ, ବରିଷ୍ଠ ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀ ମହୋଦୟଙ୍କୁ ରାହୁଲ ଯେଉଁଭଳି ଭାବେ ଜାଣିଶୁଣି ଧକା ମାରି ତଳକୁ ପକେଇ ଦେଲେ, ଯାହାଦ୍ବାରା ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି l ଏହାକୁ ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ଦୃଢ଼ ନିନ୍ଦା ସହ , କଂଗ୍ରେସର ନେତା ରାହୁଲ ଗାନ୍ଧୀଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି । ଯଦି ରାହୁଲ ଙ୍କୁ ଗିରଫ ନ କରାଯାଏ, ଆଗାମୀ ଦିନରେ ଏହାର ଦୃଢ଼ ଜବାବ ଯୁବ ମୋର୍ଚ୍ଚା ତରଫରୁ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଆହୁରି ମଧ୍ଯ କହିଛନ୍ତି ଯେ ଆମ ଓଡ଼ିଶାର ଗୌରବ ସମ୍ମାନ ପ୍ରତି ଯେଉଁ ଭଳି ଅପମାନ କରାଯାଇଛି ତାହା ଅତ୍ୟନ୍ତ ନିନ୍ଦନୀୟ l ଏହି କାର୍ଯ୍ଯକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ପୌରପରିଷଦ ପ୍ରତିନିଧି ଜଗନ୍ନାଥ ସାହୁ,
ଗୋଲକ ବିହାରୀ କହଁର ,ସୁଧାଂଶୁ ଗୁରୁ, ଅନିଲ ପ୍ରଧାନ, ସଂଜିତ ପାତ୍ର,ରଘୂପତି କହଁର, ବିଶ୍ୱ ରଞ୍ଜନ ଦାସ, ଅମରେନ୍ଦ୍ର ବେହେରା, ଅରବିନ୍ଦ ମହାପାତ୍ର, ରତନ ଚୌଧୁରୀ, ଆସ୍ତିକ ମଲ୍ଲିକ,ପ୍ରଶାନ୍ତ ପଟ୍ଟନାୟକ,କାହୁଁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.