ଫୁଲବାଣୀ କଂଗ୍ରେସ ପକ୍ଷରୁ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ କୁଶ ପୁତ୍ତଳିକା ଦାହ

add-all

ଫୁଲବାଣୀ: ରାଜ୍ୟସଭା ଗୃହ ଚାଲିଥିବା ବେଳେ ଗୃହ ମନ୍ତ୍ରୀ ଅମିତ୍ ଶାହା ଆମ୍ବେଦକର ଆମ୍ବେଦକର ଆମ୍ବେଦକରଙ୍କ ନାମ ବୋଲି ତିନି ଥର ଉଚ୍ଚାରଣ କରି ସମ୍ବିଧାନ ବିରୋଧୀ ଭଳି ଏକ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ l ତାହାର ପ୍ରତିବାଦରେ ଆଜି ଫୁଲବାଣୀ କଂଗ୍ରେସ ପକ୍ଷରୁ ମଧ୍ୟ ଫୁଲବାଣୀ ବିଜୁ ପଟ୍ଟନାୟକ ଛକ ନିକଟରେ ସଂଧ୍ୟା ୭ଟା ସମୟରେ ଅମିତ୍ ଶାହା ହାଏ ହାଏ ବିଜେପି ଡାଉନ୍ ଡାଉନ୍ ସ୍ଲୋଗାନ ଦେବା ସହ ଜୟ ଭୀମ ଜୟ ଭୀମ ବୋଲି କଂଗ୍ରେସ କର୍ମୀ ମାନେ ନlରା ଦେବା ସହ ଗୃହ ମନ୍ତ୍ରୀ ଅମିତ୍ ଶାହା ଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି l ଏଥିରେ ବରିଷ୍ଠ କଂଗ୍ରେସ ନେତା ହେମନ୍ତ କୁମାର କର, ରଜତ କୁମାର ମହାନ୍ତି ସୂର୍ଯ୍ୟକାନ୍ତ ଦାସ ସଂସାର ଭୋଇ ଯୁବ ନେତା ଅନୁପମ କହଁର ସଞ୍ଜୟ କହଁର ମିଲନ କୁମାର ନାୟକ ବାବୁଲା ବେହେରା ରିବିନି ବେହେରା ଗୌର ଚରଣ ବେହେରା ବଳଦେବ ବେହେରାଙ୍କ ସହ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.