ପୁରୀ ଶଙ୍କରାଚାର୍ଯ୍ୟଙ୍କ ଗସ୍ତ ଉପଲକ୍ଷେ ପ୍ରସ୍ତୁତି ବୈଠକ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଗସ୍ତ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗୋବର୍ଦ୍ଧନ ମଠର ଆଦିତ୍ୟ ବାହିନୀ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ମହନ୍ତ ମାଧବ ଚୈତନ୍ୟ ମହାରାଜ, ସ୍ୱାମୀ ବିଶ୍ୱମିତ୍ରାନନ୍ଦ ଗିରି ମହାରାଜ, ଇଶ୍ଵର ରଥ,ଏ. ରାବନ୍ନା, ତ୍ରିପାଠୀ ବାବୁ, ଏ. ଭାସ୍କର ରାଓ, ଗୁପ୍ତେଶ୍ୱର ବ୍ରହ୍ମା, ହରି ଗୈଡ ଓ ଅର୍ଜୁନ ମାଝୀ ପ୍ରମୁଖ ଉପସ୍ଥିତ ରହି ଶଙ୍କରାଚାର୍ଯ୍ୟଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ସମ୍ପର୍କରେ ସବିଶେଷ ବିବରଣୀ ଦେବା ସହ କହିଥିଲେ ଯେ ଏହି ଗସ୍ତ ସମୟରେ ଜିଲ୍ଲାର ସମସ୍ତ ସନାତନ ହିନ୍ଦୁ ନିଜ ନିଜର ଘର ସମ୍ମୁଖରେ ପୁର୍ଣ୍ଣ କଳସ ସ୍ଥାପନ କରି ଶଙ୍କରାଚାର୍ଯ୍ୟଙ୍କ ସ୍ୱାଗତ କରିବା ପାଇଁ ଆହ୍ଵାନ ଦେଇଥିଲେ ଏବଂ ତତ୍ ସହିତ ଏକ ବିଶାଳ ମହାସଭାରେ ଶଙ୍କରାଚାର୍ଯ୍ୟଙ୍କ ଉଦବୋଧନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ଅନୁରୋଧ କରିଥିଲେ । ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଗସ୍ତ କାର୍ଯ୍ୟସୂଚୀର ସଠିକ ପରିଚାଳନା ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁଁ ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଏକ ଅନୁଧ୍ୟାନ କମିଟି ଗଠନ ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା । ଏହି ଅବସରରେ ଗୋବିନ୍ଦପାଲି ଗ୍ରାମର ପାଖାପାଖି ୫୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଯୋଗଦେଇଥିଲେ ।

ad-week
Leave A Reply

Your email address will not be published.