
ଫୁଲବାଣୀ : ବାଲ ରକ୍ଷା ଭାରତର ଉଦ୍ୟମରେ ଖଜୁରୀପଡା ସମ୍ମନିତ ଶିଶୁ ବିକାଶ କେନ୍ଦ୍ରରେ ଏକ ମାତୃକମିଟି ବୈଠକ ଆୟୋଜନ କରାଯାଇଛି। ବୈଠକରେ ପ୍ରାକ ବିଦ୍ୟାଳୟର ଶିଶୁଙ୍କ ମାଆ, ଅଙ୍ଗନବାଡି କର୍ମୀ, ଆଇ ସି ଡି ଏସ ର ପରିଦର୍ଶିକା ଯୋଗଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସିଡିପିଓ ଶ୍ରୀମତୀ କ୍ରିଷ୍ଣା ବେହେରା ଯୋଗ ଦେଇଥିଲେ ଏବଂ ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକ ଆକସନଏଡ ର ଉପସ୍ଥିତ ଥିଲେ l ବଲରକ୍ଷା ଭରତର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ପ୍ରାକ ବିଦ୍ୟାଳୟରେ ପଢ଼ୁଥିବା ଶିଶୁମାନଙ୍କ ଭାଷା ଓ ଗଣିତର ୧୦ ଟି କୌଶଳ ଘରେ ଓ ଅଙ୍ଗନବାଡି କେନ୍ଦ୍ରରେ ବ୍ୟବହାର କରିବାରେ ମାଆ ମାନଙ୍କ ଭୂମିକାକୁ ଉପରେ ଗୁରୁତ୍ୱ ଦିଆଗଲା ଏହି ପଦକ୍ଷେପ ଦ୍ୱାରା ଶିଶୁମାନଙ୍କର ପ୍ରାରମ୍ଭିକ କୌଶଳର ବିକାଶ ଏବଂ ପ୍ରାକ୍ ବିଦ୍ୟାଳୟରେ ଗୁଣସ୍ତରୀୟ ଶିକ୍ଷାକୁ ସୁନିଶ୍ଚିତ କରାଯାଇ ପାରିବ ।ବୈଠକକୁ ବାଲ ରକ୍ଷା ଭାରତର କର୍ମୀ ସଞ୍ଜୟ ରାଉତ, ଶିବାନୀ ପାଣିଗ୍ରାହୀ ଓ ନିରୁପମା ତାଣ୍ଡି ସୁଚାରୁ ରୂପେ ସମ୍ପାଦନା କରିଥିଲେ l