ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ପ୍ରାକ-ଖ୍ରୀଷ୍ଟଜନ୍ମ ମହୋତ୍ସବ ପାଳିତ

youtube

ଫୁଲବାଣୀ: ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ପ୍ରି-ଖ୍ରୀଷ୍ଟମାସ ମହୋତ୍ସବ ଅନୁଷ୍ଠିତ ହେଇଥିଲା।ମାଦିକୁନ୍ଦା ଛକରେ ଆଚାର୍ଯ୍ୟ ଅମିତ ନାୟକ ପ୍ରାର୍ଥନା କରି ମାଦିକୁନ୍ଦା ଠାରୁ କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୁତି ଭବନ ପର୍ଯ୍ୟନ୍ତ ଶାନ୍ତି ପୂର୍ଣ ଶୋଭାଯାତ୍ରା ହେଇଥିଲା।ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଲୋକମାନେ ପ୍ରଭୁ ଯୀଶୁଙ୍କ ଗୀତ ପରିବେଷଣ କରି ଆନନ୍ଦର ସହ ନାଚି ନାଚି ମୁଖ୍ୟ ସହର ଦେଇ ଗାନ୍ଧିସ୍ମୁତି ଭବନକୁ ଆସିଥିଲେ।ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଶହଶହ ଲୋକମାନେ ଏହି ମହୋତ୍ସବରେ ଯୋଗ ଦେଇଥିଲେ।ମଞ୍ଚର ସଭାପତି ପ୍ରବୀଣ କୁମାର ନାୟକ ସଭା ପରିଚାଳନା କରିଥିଲେ।ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ ଆଚାର୍ଯ୍ୟ ପ୍ରମୋଦ କୁମାର ଗୁରୁ ରାୟଗଡା ଓ ମୁଖ୍ୟ ଅତିଥି ଭାବରେ ବିଶପ ଅବେଦ ନାୟକ ଯୋଗ ଦେଇଥିଲେ।ସମ୍ନାନିତ ଅତିଥି ରୂପେ ତାମିଲନାଡୁର ପାଳକ ଟି.ଯୋଶେଫ, କାଥଲିକ ଚର୍ଚ୍ଚର ଫାଦର ପ୍ରଦୀପ ବେହେରା, ଡ଼ଃ. ଏନ ଲିନାଚନ୍ଦ,ଆଚାର୍ଯ୍ୟ ସୁଇଡ଼ବର୍ଣ ନାୟକ ,ଡ଼ଃ ସୁର୍ଯ୍ୟ ନାରାୟଣ ବେହେରା ,ବିଶ୍ୱବାଣୀ ଚର୍ଚ୍ଚର ଜିଲ୍ଲା କୋଡ଼ିନେଟର ଆଚାର୍ଯ୍ୟ ରଞ୍ଜନ ଦିଗାଲ,ପ୍ରଦୀପ ଦିଗାଲ ଉପାସନା ସଂଗୀତ ପରିବେଶଣ କରିଥିଲେ।ମିରାକିଲ ସଙ୍ଗୀତ ଦଳ ଅତିସୁନ୍ଦର ଭାବେ ଦାନ ସଂଗ୍ରହ ସମୟରେ ଗୀତ ପରିବେଷଣ କରି ସମସ୍ତଙ୍କୁ ନଚେଇ ଥିଲେ।ସମସ୍ତେ ନାଚି ନାଚି ପ୍ରଭୁଯୀଶୁଙ୍କୁ ଧନ୍ୟବାଦ ଦେଇଥିଲେ।ମୁଖ୍ୟ ବକ୍ତା ଜଗତର ଲୋକମାନଙ୍କ ନିମନ୍ତେ ତ୍ରାଣକର୍ତା ଜନ୍ମ ଗ୍ରହଣ କରିଅଛନ୍ତି ସେ ଖ୍ରୀଷ୍ଟପ୍ରଭୁ ବୋଲି ଲୋକମାନଙ୍କୁ ଇଶ୍ୱର ଙ୍କ ବାକ୍ୟ ପରିବେଷଣ କରିଥିଲେ।ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା।ସମସ୍ତ ଚର୍ଚ୍ଚ ର ପିଲାମାନେ ଗୀତନାଚ କରିଥିଲେ ଓ ସେମାନଙ୍କୁ ଉପହାର ମଧ୍ୟ ଦିଆଯାଇଥିଲା। ଅନେକ ପାଳକ ମାନେ ଯୋଗ ଦେଇଥିଲେ।ସମ୍ପାଦକ ଲକ୍ଷଣ ବେହେରା,କୋଷାଧ୍ୟକ୍ଷ ମାର୍ଟିନ ପ୍ରଧାନ , ବନମାଳୀ ଦିଗାଲ, ପ୍ରଦୀପ ଦିଗାଲଓ ସନ୍ତୋଷ ନାୟକ , ବାଳକୃଷ୍ଣ ଦିଗାଲ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ସୁନୀଲ, ବବୁଲୁ, ଜଏସ, ଚିଣ୍ଟୁ,ସୁନ୍ଦର ଭାବେ ବାଦ୍ୟଯନ୍ତ୍ରରେ ଗୀତ ପରିବେଷଣ କରିଥିଲେ ଏବଂ ସାଂସ୍କୃତିକ ଭବନ ଟି ନାଚଗୀତ ସହ ଆନନ୍ଦ ଉଲ୍ଲାସର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଥିଲା।ସୂର୍ଯ୍ୟ ନାରାୟଣ ବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.