
ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ସ୍ଥିତ ଡିଏଭି ଗୁରୁକୂଲ ଆନୁକୂଲ୍ୟରେ ଆଜି ଏକ ବଣଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ଏକ ପାରିବାରିକ ବଣଭୋଜି ଇକୋ ପାର୍କ ଠାରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ରାକେଶ କୁମାର ମହାରଣା ଙ୍କ ପ୍ରଚେଷ୍ଟାରେ ଓ ସଭାପତି ବିଭୁତି ଭୂଷଣ ଖୁରା ଙ୍କ ତତ୍ତ୍ୱାବଧାନରେ ଲଘୁଚାପ ବର୍ଷା ଥିବା ସତ୍ତ୍ୱେ ସଫଳ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ଦାଶ ସମେତ ସମସ୍ତ ଶିକ୍ଷୟିତ୍ରୀ ଓ ଅଭିଭାବକ ଙ୍କ ପୂର୍ଣ୍ଣ ସହଯୋଗ ରହିଥିଲା । ଦୀର୍ଘ ଦଶ ବର୍ଷ ଧରି ପ୍ରତି ବର୍ଷ ଏହିଭଳି ବଣଭୋଜି ର ଅୟୋଜନ ହେଉଛି । ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ କିଭଳି ସମସ୍ତ ଦିଗରେ ଉନ୍ନତି ଲାଭ କରିବେ ଏବଂ ସମସ୍ତଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ସ୍ଥାପନା ହୋଇପାରିବ ସେ ଉପରେ ବାର୍ତ୍ତା ଦିଆଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଶିକ୍ଷୟିତ୍ରୀ ଓ ଉପସ୍ଥିତ ଛାତ୍ରଛାତ୍ରୀ ନାଚଗୀତ କରି ଖୁସି ମନାଇଥିଲେ ।