ଜୀବନ କୌଶଳ ଶିକ୍ଷା ନିମନ୍ତେ ପକନା ଗାଁ ଆଶ୍ରମ ବିଦ୍ୟାଳୟରେ ଲାଇଫ କ୍ୟାମ୍ପ

youtube

ଫୁଲବାଣୀ : ଆଜିର ସମୟରେ ସମାଜରେ ବଂଚିବାକୁ ହେଲେ ଆର୍ଥିକ, ସାମାଜିକ ଓ ଅର୍ଥନୈତିକ ସ୍ତରରେ ସୁଦୃଢ ହେବା ସହିତ ଜିବନ କୈାଶଳ ଶିକ୍ଷା ର ମଧ୍ୟ ଅଧିକ ଆବଶ୍ୟକତା ଅଛି । ସେହିପରି କନ୍ଧମାଳ ଜିଲ୍ଲାରେ ମଧ୍ୟ ବାଳିକା ମାନଙ୍କ ମଧ୍ୟରେ ଉଚ୍ଚ ଆଶା ଏବଂ ବଡ ଅଭିଳାଶା ନିମନ୍ତେ ଜିବନ କୈାଶଳ ଶିକ୍ଷା କାର୍ଯ୍ୟକ୍ରମର ଆୟୋଜନକୁ ଆଖିଆଗରେ ରଖି ତିନି ଦିନ ଧରି ପକନା ଗାଁ ଆଶ୍ରମ ବିଦ୍ୟାଳୟରେ ଏକ ଲାଇଫ୍ କ୍ୟାମ୍ପ ଓଏସିସ୍, ବରୋଦା, ସ୍ୱେଚ୍ଛାସେବି ଅନୁଷ୍ଠାନ ସ୍ୱାତୀ ଓ ସମନ୍ୱିତ ଆଦିବାସି ଉନ୍ନୟନ ସଂସ୍ଥା ଫୁଲବାଣୀଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଯାଇଛି । ସୁଦୁର ବରୋଦାରୁ ଆସି ରିୟା ସାହା ତିନି ଦିନ ଧରି ବିଭିନ୍ନ ଯଥା- ଆତ୍ମ ବିଶ୍ୱାଶ, ଭବିଷ୍ୟତର ସ୍ୱପ୍ନ, ଜାତୀୟତା ଭାବ, କଠିନ ପରିଶ୍ରମ ଓ ଉତମ ନାଗରିକ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ । ଉଦ୍ଜାପନୀ ସଭାରେ ପ୍ରକଳ୍ପ ପ୍ରଶାସକ ଦେବଜାନୀ ଭୂୟାଁ ଉପସ୍ଥିତ ରହି ପିଲା ମାନଙ୍କର ତିନି ଦିନ ପ୍ରଶିକ୍ଷଣର ଅନୁଭୂତି ଶୁଣିବା ସହିତ ଆଗାମି ଦିନରେ କିଭଳି ପ୍ରତି ସପ୍ତାହରେ ଏହି ଶିକ୍ଷା କୁ ବିଦ୍ୟାଳୟରେ ପ୍ରୟୋଗ କରିବା ପାଇଁ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଉପଦେଶ ଦେଇଥିଲେ । ତତ୍ସହିତ ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ସଂଯୋଜିକା ସଂଧ୍ୟାରାଣୀ ନାୟକ ଏହି ତିନିଦିନର କ୍ୟାମ୍ପ ପରେ ପିଲାମାନେ କିପରି ବାଲ୍ୟ ବିବାହ, କୁ ପ୍ରଥା ଓ ମହିଳା ମାନଙ୍କ ଉପରେ ହେଉଥିବା ବିଭିନ୍ନ ହିଂସାକୁ ରୋକିପାରିବେ ସେଦିଗରେ ଆଲୋକ ପାତ କରିଥିଲେ । କାର୍ଯ୍ୟକ୍ରମକୁ ରଶ୍ମିତା ଘିବାଲା ଓ ଅପରାଜିତା ଜାନି ପରିଚାଳନା କରିଥିବା ବେଳେ ପ୍ରଦିପ କୁମାର ସ୍ୱାଇଁ, ଆଲୋକ ସାମନ୍ତରାୟ ଓ ଶିବ ସୁନ୍ଦର ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.