ବାର୍ଷିକ କ୍ରୀଡା ଉଦ୍‌ଘାଟିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ସେବା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅନୁଷ୍ଠାନର ନିର୍ଦ୍ଦେଶିକା ତଥା ଅଧ୍ୟକ୍ଷା ଶ୍ରୀମତୀ ନୂତନ ନାୟକ ସଭାପତିତ୍ଵ କରି ଥିଲେ। ଟିକାବାଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାର୍ଷିକ କ୍ରୀଡାକୁ ଉଦ୍ଘାଟନ କରି କ୍ରୀଡାର ମହତ୍ତ୍ଵ ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଟିକାବାଲି ଥାନା ଅଧିକାରୀ ଶ୍ରୀମତୀ କଲ୍ୟାଣମୟୀ ସାଣ୍ଡ , ଟିକାବାଲି କଲେଜ ଖେଳ ଶିକ୍ଷକ ,ସୁଶାନ୍ତ କୁମାର ଭୋଳ ଯୋଗ ଦେଇଥିଲେ ।

ଅନୁଷ୍ଠାନର ଛାତ୍ର ଛାତ୍ରୀ କ୍ରୀଡ଼ାରେ ଭାଗ ନେଇ ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବିଦ୍ୟାଳୟର ହିରୋ ନାୟକ ଓ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସୁପରିଚାଳନା କରୁଥିଲେ ।ଶିକ୍ଷକ ବିନୟ କୁମାର ଦିଗାଲ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ସୌମ୍ୟ ରଞ୍ଜନ ଦେବ ସ୍ଵାଗତ କରିଥିଲେ ଶିକ୍ଷୟତ୍ରୀ ସୁଶ୍ରୀ ମନିସା ଦିଗାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.