ଦଳାଚକଟା ପରେ ଫିଲ୍ମ ହିଟ୍ ହେବ ବୋଲି କହିଥିଲେ ଅଲ୍ଲୁ ଅର୍ଜୁନ : ଓୱେସୀଙ୍କ ଭାଇ

add-all

ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ସାନ ଭାଇ ତଥା ତେଲଙ୍ଗାନାର ବିଧାୟକ ଅକବରୁଦ୍ଦିନ ଓୱେସୀ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଅଲ୍ଲୁଙ୍କ ସୁପରହିଟ ସିନେମା ପୁଷ୍କା-୨: ଦ ରାଇଜର ପ୍ରିମିୟର ଶୋ’ ହାଇଦ୍ରାବାଦରେ ଆୟୋଜନ ହୋଇଥିବା ବେଳେ ସେଠାରେ ଦଳାଚକଟା ହୋଇଥିଲା। ତେବେ ଘଟଣାରେ ଅଲ୍ଲୁ ଅର୍ଜୁନଙ୍କ ଅସମ୍ବେଦନଶୀଳ ବ୍ୟବହାର ଓ ଅବହେଳା ପ୍ରଦର୍ଶନ କରିଥିଲେ ବୋଲି ଜୁନିୟର ଓୱେସୀ କହିଛନ୍ତି।

ତେଲଙ୍ଗାନା ବିଧାନସଭାରେ ଓୱେସୀ ଅଭିଯୋଗ କରିଛନ୍ତି ଯେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲେ ହେଁ ଅଲ୍ଲୁ ଅର୍ଜୁନ ହଲରେ ସିନେମା ଦେଖିଥିଲେ ଓ ସେଠାରୁ ବାହାରିବା ପରେ ବେଶ ହସଖୁସିରେ ହାତ ହଲାଇ ଚାଲି ଯାଇଥିଲେ।

ମୋ ପାଖରେ ଥିବା ସୂଚନା ଅନୁସାରେ ଅଲ୍ଲୁ ଅର୍ଜୁନଙ୍କୁ ଦଳାଚକଟା ସମ୍ପର୍କରେ କୁହାଯାଇଥିଲା। ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସେ ଖବର ପାଇଥିଲେ। କିନ୍ତୁ ଏହା ଶୁଣି ସେ ବିଚଳିତ ହୋଇ ନଥିଲେ, ବରଂ ଏବେ ଫିଲ୍ମ ହିଟ ହେବା ସୁନିଶ୍ଚିତ ବୋଲି ସେ କହିଥିଲେ।

ଦଳାଚକଟା ଘଟଣା ପରେ ବି ସେ(ଅଲ୍ଲୁ ଅର୍ଜୁନ) ସିନେମା ଦେଖିଥିଲେ। ସେଠାରୁ ଫେରିବା ବେଳେ ସେ ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ମହିଳାଙ୍କ ଅବସ୍ଥା କିମ୍ବା ତା’ ପରିବାର କଥା ସେ ଆଦୌ ଚିନ୍ତା କରି ନଥିଲେ। ମୁଁ ମଧ୍ୟ ସର୍ବସାଧାଣ ମିଟିଂକୁ ଯାଉଛି। ସେଠାରେ ହଜାର ହଜାର ଲୋକ ଏକାଠି ହେଉଛନ୍ତି। କିନ୍ତୁ କାର୍ଯ୍ୟକ୍ରମ ସ୍ଥଳରେ ଯେମିତି ଦଳାଚକଟା ସ୍ଥିତି ସୃଷ୍ଟି ନ ହେବ, ସେକଥାକୁ ମୁଁ ସବୁ ବେଳେ ନିଶ୍ଚିତ କରିଥାଏ।”

ଡିସେମ୍ବର ୪ରେ ହାଇଦ୍ରାବାଦର ସନ୍ଧ୍ୟା ହଲରେ ପୁଷ୍କା-୨ ସିନେମାର ପ୍ରିମିୟର ହୋଇଥିଲା। ପ୍ରଥମ ଶୋ’ ଦେଖିବାକୁ ଅଲ୍ଲୁ ଅର୍ଜୁନ ସେଠାକୁ ଯାଇଥିଲେ। ଏହି ସମୟରେ ତାଙ୍କର ଟିକିଏ ଝଲକ ପାଇବା ପାଇଁ ହଜାର ହଜାର ଲୋକ ଏକାଠି ହୋଇଥିଲେ।

ଫଳରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲେ। ଏଥିରେ ଜଣେ ୩୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ ଥିଏଟର ପକ୍ଷରୁ କୌଣସି ପ୍ରକାରର ବ୍ୟବସ୍ଥା କରାଯାଇ ନଥିବା ପୁଲିସ୍‌ କହିଥିଲା।

ବିବାଦ ବଢ଼ିବାରୁ ଡିସେମ୍ବର ୧୩ରେ ପୁଲିସ୍‌ ଅଲ୍ଲୁ ଅର୍ଜୁନଙ୍କୁ ତାଙ୍କ ହାଇଦ୍ରାବାଦ ସ୍ଥିତ ଘରୁ ଗିରଫ କରିଥିଲା। ତାଙ୍କୁ ତଳ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ମଧ୍ୟ ପଠାଇ ଦେଇଥିଲେ। ହେଲେ ହାଇକୋର୍ଟ ସେହିଦିନ ଅର୍ଜୁନଙ୍କୁ ଜାମିନ ଦେଇଥିଲେ। ତେବେ ତାଙ୍କୁ ଡିସେମ୍ବର ୧୩ ତାରିଖ ରାତିରେ ଜେଲରେ ରହିବାକୁ ପଡ଼ିଥିଲା। ୧୪ ତାରିଖ ସକାଳୁ ସେ ଜେଲରୁ ବାହାରିଥିଲେ।

ad-week
Leave A Reply

Your email address will not be published.