ବାଲି ମାଫିଆଙ୍କ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ : ବେଧଡ଼କ ଚାଲିଛି ଚୋରା ବାଲି ଚାଲାଣ…!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ ବାଲି ମାଫିଆ ମାନେ ପ୍ରଶାସନ କୁ ଖୋଲା ଚ୍ୟାଲେଞ୍ଜ ଦେଇ ଦିନ ଦିପହରେ ବାଲି ଲୁଟ କରୁଛନ୍ତି। ଆସିକା ତହସିଲଦାର ଜୟପୁର ନିକଟରେ ଥିବା କେନ୍ଦୁ ପଦର ଠାରେ ଚୋରା ବାଲି ଘାଟରେ ନାଲି ପତାକା ଲଗାଇ ୧୪୪ ଧାରା ଜାରି କରିଥିଲେ। ବର୍ତ୍ତମାନ ଯେଉଁ ସ୍ଥାନରେ ନାଲି ପତାକା ଲାଗିଛି ସେ ସ୍ଥାନରୁ ଗୁଡିସର ଦେଇ ଜେସିବି ସାହାଯ୍ୟରେ ମାଫିଆ ମାନେ ବାଲି ଲୁଟ ଆରମ୍ଭ କରିଦେଇଛନ୍ତି। ରାଜନୈତିକ ନେତା ମାନଙ୍କ ଆଶୀର୍ବାଦ ଯୋଗୁଁ ବାଲି ମାଫିଆ ମାନେ ଅନ୍ୟ ବ୍ଲକର ସ୍ୱଳ୍ପ ସିଏମ ବାଲି ଘାଟ ଲିଜ ନେଇ ଅନ୍ୟ ବ୍ଲକରେ ନିଜସ୍ୱ ରାସ୍ତା ନିର୍ମାଣ କରି ଗଳା ବାଟ ଦେଇ ବାଲି ଲୁଟ କରୁଥିବା ନଜିର ରହିଛି। ଆସିକା ର ଅଧିକାଂଶ ନଦୀ ହିଡ଼କୁ ଭାଙ୍ଗି ପକ୍କା ରାସ୍ତା ନିର୍ମାଣ ହୋଇଛି। ଏପଟେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧ ନିର୍ମାଣ ସାଙ୍ଗକୁ କଂକ୍ରିଟ ରାସ୍ତା ନିର୍ମାଣ କରୁଥିବା ବେଳେ ବାଲି ମାଫିଆ ମାନେ ସେମାନଙ୍କୁ ସୁହାଇଲା ଭଳି ରାସ୍ତା କାଟି ବାଲି ଚାଲାଣ କରୁଛନ୍ତି।ଏହି ଚୋରା ବାଲି ମାଫିଆ ମାନଙ୍କ ପଛରେ କେଉଁ ଅଦୃଶ୍ୟ ଶକ୍ତି ରହିଛି ଯେ ପ୍ରଶାସନକୁ ଖାତିରି ନକରି ସହ ସହ ଗାଡ଼ିରେ ଦିନ ଦିପହରେ ଲୁଟ କରୁଛନ୍ତି।ସ୍ଥାନୀୟ ଲୋକେ ଅଭିଯୋଗ କରିଲେ ବାଲି ମାଫିଆ ନିୟୋଜିତ କରିଥିବା ମରଣାସ୍ତ୍ର ରେ ସଜିତ ଥିବା ଅପରାଧ ତତ୍ତ୍ୱ ମାନେ ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି। ଯେଉଁଠାରେ ଗ୍ରାମ ବାସୀ ମେଳି ବାନ୍ଧି ପ୍ରତିରୋଧ କରୁଛନ୍ତି ବାଲି ମାଫିଆ ମାନେ ପଛ ଗୁଞ୍ଛା ଦେଉଥି ବାର ନଜିର ରହିଛି। ଆସିକା ଅଞ୍ଚଳ ରେ ଆଇନ ଶୃଙ୍ଖଳା କୁ ଅମାନ୍ୟ କରି ଚୋରା ବାଲି କାରବାର ଖୁଲାମ ଖୁଲା ଚାଲୁଛି। ନେତା ଓ ବାବୁ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଦେଇ ବାଲି ମାଫିଆ ମାନେ ଆତଙ୍କ ସୃଷ୍ଟି କରୁଥିବା ଆଲୋଚନା ହେଉଛି। ଜିଲ୍ଲାରେ ଖଣି ମନ୍ତ୍ରୀ ଥାଇବି ଏଭଳି ଖଣିଜ ପଦାର୍ଥ ଲୁଟ ପାଇଁ ସ୍ଥାନୀୟ ପ୍ରଶାସନ ଓ ନେତା ମାନେ ଦାୟୀ ବୋଲି ଲୋକେ କହିଲେଣି। ଆସିକା ଅଞ୍ଚଳ ରେ ଦକ୍ଷ ବାବୁ ମାନଙ୍କୁ ନିଯୁକ୍ତି ଦେଇ ଏକ ସ୍ୱତନ୍ତ୍ର ସ୍କାର୍ଡ଼ ଗଠନ କରିଲେ ଆଗକୁ ଚୋରା ବାଲି ଲୁଟ ବନ୍ଦ ହେବା ସହ ମୁଣ୍ଡ ଗଡ଼ିବା ପରିସ୍ଥିତି ହେବ ନାହିଁ ବୋଲି ଚର୍ଚ୍ଚା ର ବିଷୟ ପାଲଟିଛି।

ad-week
Leave A Reply

Your email address will not be published.