୩ ଦିନ ମଧ୍ୟରେ ବର୍ଷା କ୍ଷତି ଆକଳନ, ଗଞ୍ଜାମ ଅଧିକ ପ୍ରଭାବିତ : ମନ୍ତ୍ରୀ

add-all

ଭୁବନେଶ୍ଵର : ଗତ ୩ ଦିନ ମଧ୍ୟରେ ଅଦିନିଆ ବର୍ଷା ଚାଷୀକୂଳକୁ ହତାସ କରିଛି। ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ ହୋଇଛି, ଯାହା ଚାଷୀ ମାନଙ୍କ ଚିନ୍ତାକୁ ଦ୍ଵିଗୁଣିତ କରିଛି। ତେବେ ତିନି ଦିନ ଭିତରେ ସରିବ ବର୍ଷା କ୍ଷୟକ୍ଷତି ଆକଳନ। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ଵ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ୩ରୁ ୪ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ସରିବ। ଏବଂ ୫ମ ଦିନ କ୍ଷତିପୂରଣ ରାଶି ଦେବୁ ବୋଲି କହିଛନ୍ତି ମନ୍ତ୍ରୀ। କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି। ତେବେ ସମ୍ପୂର୍ଣ୍ଣ ନଷ୍ଟ ହୋଇନଥିବା ଧାନ ବିକ୍ରି ଲାଗି ବ୍ୟବସ୍ଥା କରାଯିବ । ବନ୍ୟା, ବାତ୍ୟା ଆସିଲେ ଚାଷୀ ମାନେ ଭୟଭୀତ ହୁଅନ୍ତୁ ନାହିଁ। ରାଜ୍ୟ ସରକାର କ୍ଷୟକ୍ଷତି ଭରଣା କରିବେ। ଯେଉଁମାନେ ଫସଲ ବୀମା କରିଥିବେ, ସେମାନେ ମଧ୍ୟ ସହାୟତା ପାଇବେ ବୋଲି କହିଛନ୍ତି ମନ୍ତ୍ରୀ।

ad-week
Leave A Reply

Your email address will not be published.